ପୋଲିସ ହାତରେ ଖତରନାକ ସିରିୟଲ କିଲର । ଟାର୍ଗେଟରେ ଥିଲେ କେବଳ ମହିଳା । କୌଣସି ମାରଣାସ୍ତ୍ର ନୁହେଁ ବରଂ ତାଙ୍କରି ଶାଢ଼ିରେ ତାଙ୍କୁ ମାରି ଶୁଆଇ ଦେଉଥିଲା ଏହି ସିରିୟଲ କିଲର । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୪ ମାସରେ ୯ ଜଣ ମହିଳାଙ୍କ ଜୀବନ ନେଇଛି ଏ କିଲର । ମାତ୍ର ୨୦ କିଲୋମିଟର ଭିତରେ ମରିଛନ୍ତି ଏହି ସମସ୍ତ ମହିଳା । ଆଉ ଏ ସମସ୍ତ ହତ୍ୟାର ପ୍ୟାଟର୍ଣ୍ଣ ଆଜ୍ଞା ଥିଲା ଗୋଟିଏ ପ୍ରକାରର । ଶାଢ଼ୀରେ ମାରି ଶୁଆଇ ଦେଉଥିଲା ଏ ସିରିୟଲ କିଲର । ସମସ୍ତଙ୍କର ଗୋଟିଏ ଷ୍ଟାଇଲରେ ମର୍ଡର । କିନ୍ତୁ ହତ୍ୟାକାରୀର ମିଳୁନଥିଲା କୌଣସି ଖୋଜ୍ ଖବର । କେବଳ ପୋଲିସ ହାତରେ ପଡିଥିଲା ହତ୍ୟାକାରୀର ସ୍କେଚ୍ ।
କିନ୍ତୁ ଏବେ ପୋଲିସ ସଫଳ ହୋଇଛି ସେହି ଶାଢ଼ୀରେ ଗୁଡାଇ ମାରୁଥିବା ସିରିୟଲ କିଲର ଧରିବାରେ । ହଁ ଆଜ୍ଞା ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାର ଥାନା ଶାହୀ ଅଞ୍ଚଳରେ ଏବେ ସୁଦ୍ଧା ପ୍ରାୟ ଅଧା ଡଜନରୁ ଅଧିକ ମହିଳାଙ୍କର ରହସ୍ୟମୟ ଢ଼ଙ୍ଗରେ ହତ୍ୟା ହୋଇସାରିଲାଣି । ଜଣଙ୍କ ପରେ ଜଣେ ମହିଳାଙ୍କୁ ଶାଢ଼ୀରେ ମାରୁଥିବା ଏ ସିରିୟଲ କିଲରକୁ ପୋଲିସ ବର୍ତ୍ତମାନ ଧରିବାରେ ସଫଳ ହୋଇଛି । କହିବାକୁ ଚାହିଁବୁ ଯେ ୧୪ ମାସ ଭିତରେ ଅଧା ଦର୍ଜନରୁ ଅଧିକ ହତ୍ୟା ହୋଇସାରିଲାଣି । ହତ୍ୟାର ପ୍ୟାଟର୍ଣ୍ଣ ଥିଲା ଗୋଟେ ପ୍ରକାରର । ପୋଲିସ ଖୋଜି ଖୋଜି ଟେର ପାଉନଥିଲା, କାହିଁକିନା ବଡ ଚାଲାକିରେ ମହିଳାଙ୍କ ନିଜ ଶାଢ଼ୀରେ ହିଁ ତାଙ୍କୁ ମାରିଦେଉଥିଲା । ମାମଲାର ତଦନ୍ତକୁ ନେଇ ବି ବହୁତ ପ୍ରଶ୍ନ ଉଠୁଥିଲା । ପୋଲିସ କିନ୍ତୁ ସ୍କେଚ୍ ଜାରି କରି ଲୋକଙ୍କୁ ଏହାର ସୂଚନା ଦେବାକୁ ଅନୁରୋଧ କରିଥିଲା । ଆଉ ଏହାର ୪୮ ଘଣ୍ଟା ଭିତରେ ସିରିୟଲ କିଲରଙ୍କୁ ମାଡି ବସିଲା ପୋଲିସ ।
୯ ଜଣ ମହିଳାଙ୍କୁ ମାରିଥିବା ଏହି ସିରିୟଲ କିଲରର ନାଁ ହେଉଛି କୁଲଦୀପ । କୁଲଦୀପ୍ ନିଜ ପାରିବାରିକ କାରଣରୁ ମହିଳାଙ୍କୁ ଘୃଣା କରିବାକୁ ଲାଗିଥିଲା । ସେଥିପାଇଁ ସେ ଯେଉଁ ମହିଳାଙ୍କୁ ଦେଖୁଥିଲା ତାଙ୍କୁ ନମାରିବା ପର୍ଯ୍ୟନ୍ତ ସେ ଥୟ ଧରୁନଥିଲା । ଯଦିଓ ବର୍ତ୍ତମାନ ପଚରାପଚରିରେ ସେ ୬ ଜଣ ମହିଳାଙ୍କୁ ମାରିଥିବା କଥା ସ୍ୱିକାର କରିଛି । ତା ମନରେ ମହିଳାଙ୍କୁ ନେଇ ଏତେ ଘୃଣା ଆଉ ରାଗ ଭରି ହୋଇଥିଲା ଯେ ସେ ଗୋଟେ ପରେ ଗୋଟେ ମହିଳାଙ୍କୁ ମାରି ଚାଲିଥିଲା । ଆଉ କୌଣସି ମହିଳା ଯଦି ଏହାର ବିରୋଧ କଲେ ତାଙ୍କରି ଶାଢ଼ୀରେ ତାଙ୍କ ବେକକୁ ଚାପି ମାରି ଦେଉଥିଲା । ତେବେ କହିବାକୁ ଚାହିଁବୁ ଯେ ଯେଉଁ ମହିଳାଙ୍କର ମୃତ୍ୟୁ ଘଟିଛି, ସେମାନେ ସମସ୍ତଙ୍କ ବୟସ ୪୦ ରୁ ୪୫ ବର୍ଷ ଭିତରେ ଥିଲା । ସମସ୍ତଙ୍କ ମୃତ୍ୟୁ ଗୋଟେ ଢ଼ଙ୍ଗରେ ହୋଇଥିଲା । ଆଉ ସମସ୍ତ ମହିଳା ଗ୍ରାମାଞ୍ଚଳର । ସେମାନଙ୍କ ମୃତ ଦେହ ନିଜ ବିଲ କିମ୍ବା ଘରର ଆଖପାଖରେ ମିଳିଥିଲା । ସମସ୍ତଙ୍କ ମୃତ୍ୟୁ ଶାଢ଼ୀରେ ଗୁଡାଇ କରାଯାଇଥିଲା । ଏବଂ ପ୍ରାୟ ୨୦ ରୁ ୨୫ କିଲୋମିଟର ଭିତରେ ଏହି ସମସ୍ତ କାଣ୍ଡ ଭିଆଇଥିଲା ଏ ଖତରନାକ ସିରିୟଲ୍ କିଲର ।