ଚିକେନ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ନଚେତ ହୋଇପାରନ୍ତି ଅଜଣା ରୋଗର ଶିକାର

ଆପଣ ବି ଚିକେନ୍ ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ! ନଚେତ ଆପଣଙ୍କର ବି ଜୀବନ ଯାଇପାରେ । କାରଣ ଚିକେନ୍ ଖାଇଲେ ହେଉଛି ବିରଳ ରୋଗ । ଚିକେନ୍ ଖାଇଗଲାଣି ୨୧ ଜଣଙ୍କ ଜୀବନ । ତେବେ ଦର୍ଶକବନ୍ଧୁ ଆପଣଙ୍କୁ ସମ୍ପୂର୍ଣ୍ଣ କଥା କହିବା ପୂର୍ବରୁ ଆମେ ପଚାରିବାକୁ ଚାହିଁବୁ ଆପଣଙ୍କ ମନପସନ୍ଦର ଆଇଟମ ଚିକେନ୍ ନୁହେଁ ତ? ଯଦି ହଁ ତାହେଲେ ସାମାନ୍ୟ ସତର୍କ ହୋଇଯାନ୍ତୁ । ନଚେତ ଆପଣ ମଧ୍ୟ ଏଭଳି ଅଜଣା ରୋଗର ଶିକାର ହୋଇପାରନ୍ତି ଏବଂ ଆପଣଙ୍କର ମଧ୍ୟ ଚିକେନ୍ ଖାଇ ଜୀବନ ଯାଇପାରେ ।
ଆପଣମାନେ ତ ଜାଣିଛନ୍ତି ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ବହୁତ ଭଲ ପାଆନ୍ତି । ଚିକେନ୍ ଏମିତି ଏକ ଖାଦ୍ୟ ଯାହା ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ । ଆଜିକାଲି ଲୋକମାନଙ୍କର ଖାଦ୍ୟ ତାଲିକାର ଶୀର୍ଷରେ ଥାଏ ଚିକେନ୍ ତରକାରୀ । ପାର୍ଟି ହେଉ କି ଭୋଜି ଚିକେନ୍ ଆଇଟମ ବିନା ସବୁକିଛି ଫିକା ଲାଗେ । ସମସ୍ତଙ୍କ ଘରେ ପ୍ରାୟତଃ ଚିକେନର ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ହେଉଥିବ । ବିଶେଷକରି ରବିବାର ଦିନ ଟିକିଏ ଚିକେନ୍ ନହେଲେ ଖାଇବାରେ ମଜା ଆସେ ନାହିଁ ।
କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଖାଉଥିବା ଚିକେନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ! ଯଦି ଆପଣ ବି ଜଣେ ଚିକେନ୍ ଲଭର୍ ତେବେ ବର୍ତ୍ତମାନ ସତର୍କ ହେବାର ସମୟ ଆସିଯାଇଛି । ଆଜିକାଲି ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଅର୍ଥାତ GBS ନାମକ ଏକ ଭାଇରସ ଦ୍ରୁତ ଗତିରେ ବଢ଼ିବାରେ କଲାଗିଛି । ଯେଉଁଥିରେ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଏହି ରୋଗରେ ଆକ୍ରାନ୍ତ ହୋଇ ୨୧ ଜଣଙ୍କ ଜୀବନ ବି ଗଲାଣି । ଏଭଳି ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଶାସନ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଭାଇରସ କମ୍ ରନ୍ଧା ହୋଇଥିବା କୁକୁଡ଼ାରେ ମିଳିପାରେ, ଯାହା ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ବୃଦ୍ଧି କରେ । ତେଣୁ କମ ରନ୍ଧା ଚିକେନ୍ ଖାଇବାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ GBS ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଜନସାଧାରଣଙ୍କୁ ସଫାସୁତୁରା ଖାଦ୍ୟ ପ୍ରତି ଯତ୍ନ ନେବାକୁ ଏବଂ ଚିକେନକୁ ଠିକ୍ ଭାବରେ ରାନ୍ଧିବା ପରେ ହିଁ ଖାଇବାକୁ ନିବେଦନ କରିଛନ୍ତି ।
ଆପଣମାନେ ଏହା ମଧ୍ୟ ଶୁଣିଥିବେ ଡାକ୍ତରମାନେ ପ୍ରାୟତଃ ପରାମର୍ଶ ଦିଅନ୍ତି ଯେ ଖାଦ୍ୟ ଭଲ ଭାବରେ ରାନ୍ଧିବା ଉଚିତ । ବର୍ତ୍ତମାନ, GBS ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଏହି ଭାଇରସ ସତର୍କ ରହିବା ବହୁତ ଜରୁରୀ । ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ଏହି ରୋଗ ଉପରେ ନଜର ରଖିଛନ୍ତି ଏବଂ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।