ସେନାର ପାରମ୍ପରିକ ବ୍ୟାଣ୍ଡରେ ଆଉ ବାଜିବନି ୭୦ ବର୍ଷ ତଳର ଧୂନ୍
ଆଜି ମାନେ ଜାନୁଆରୀ ୨୬ରେ ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଆସନ୍ତା ୨୯ ତାରିଖ ସନ୍ଧ୍ୟା ସମୟରେ ବିଜୟ ଚୌକରେ ବିଟିଂ ଦ ରିଟ୍ରିଟ ସମାରୋହ ଆୟୋଜନ ହେବାକୁ ଯାଉଛି। ଏହି ସମାରୋହରେ ନୌସେନା, ବାୟୁସେନା ଏବଂ ସଶସ୍ତ୍ର ପୋଲିସ ବାହିନୀ ପାରମ୍ପରିକ ବ୍ୟାଣ୍ଡ ସହ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି। ଏଥର କିନ୍ତୁ ଯାହା ହେବାକୁ ଯାଉଛି ତାହା ଗତ ୭୦ ବର୍ଷ ମଧ୍ୟରେ ହୋଇନାହିଁ। ମାନେ ଏଥର ଭାରତ ସରକାର କିଛି ନିୟମରେ ପରିବର୍ତ୍ତନ କରିଛନ୍ତି।
ଏଥର ବିଟିଂ ଦ ରିଟ୍ରିଟରେ କିଛି ଅଲଗା ଧ୍ୱନି ଶୁଣିବାକୁ ମିଳିବ। ଗତ ୭୦ ବର୍ଷ ମଧ୍ୟରେ ଯେଉଁ ଗୀତ ବାଜୁଥିଲା ଏବେ ତାହା ଆଉ ବାଜିବ ନାହିଁ । ସେହି ଗୀତର ନାମ ହେଉଛି Abide With me । ଏବେ ବିଟିଂ ଦ ରିଟ୍ରିଟ ସେରିମନିରେ ଏହି ଗୀତ ବାଜିବ ନାହିଁ। ଜାଣି ରଖନ୍ତୁ ଯେ ଏହି ଗୀତ ପ୍ରତି ବର୍ଷ ଏହି ଦିନରେ ବାଜିଥାଏ। କିନ୍ତୁ ସରକାର ଏହାକୁ ପରିବର୍ତ୍ତନ କରିଛନ୍ତି। ଏବେ ଏହା ସ୍ଥାନ ନେଇଛି “ସାରେ ଜାହାଁସେ ଅଚ୍ଛା” ।
୧୯୫୦ ମସିହାରୁ ଏହି ଗୀତକୁ ବଜାଯାଉଛି। ସମାରୋହ ଶେଷରେ Abide with me ଧ୍ୱନି ଶେଷକୁ ବଜାଯାଏ। କିନ୍ତୁ ଏବେ ଏହା ଆଉ ବାଜିବ ନାହିଁ। ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ବନ୍ଦେ ମାତରଂ ଏହି ସ୍ଥାନରେ ବାଜିବ। କିନ୍ତୁ ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ତେବେ Abide with me ଗୀତକୁ ପ୍ରି ମଡର୍ଣ୍ଣ ଓ୍ଵାଲର୍ଡରେ ସ୍କଟଲ୍ୟାଣ୍ଡର ଏଙ୍ଗାଲିକନ ମିନିଷ୍ଟର henry Francis lyte ଲେଖିଥିଲେ । ତେବେ ଏହା ଚର୍ଚ୍ଚରେ ବାଜୁଥିବା ଏକ ଧାର୍ମିକ ଗୀତ ଯାହା ଶୋକଦିବସ ଅବସରରେ ବଜାଯାଏ। ଦୁଃଖି ହୋଇଥିବା ସମୟରେ ଏହି ଗୀତକୁ ବଜାଯାଏ। ମାନେ ଏହାକୁ ଆମେ ଭଜନ ବୋଲି ମଧ୍ୟ କହିପାରିବା। ଯାହାକୁ ହିମ କୁହାଯାଏ। ଏହାକୁ ଇଂରେଜ ସଂଗୀତକାର ଓ୍ଵିଲିୟମ ହେନେରୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ବଜାଯାଏ । ଯାହାକୁ ବିଟିଂ ଦ ରିଟ୍ରିଟରେ ବଜାଯାଉଛି।
ଏହାକୁ henry Francis lyte ୧୮୨୦ ମସିହାରେ ଲେଖିଥିଲେ। ୧୮୪୭ ମସିହାରେ ନିଜ ମୃତ୍ୟୁ ସମୟ ପର୍ଯ୍ୟନ୍ତ ସେ ଏହି ଗୀତକୁ ନିଜ ପାଖରେ ରଖିଥିଲେ। ପରେ ଏହାକୁ ତାଙ୍କ ମୃତ୍ୟୁ ଦିବସରେ ବଜାଯାଇ ଶୋକ ମନାଯାଇଥିଲା। ଏହା ଇସାଈ ଧର୍ମର ଖୁବ ଲୋକପ୍ରିୟ ଗୀତ। ଏମିତିକି ଟାଇଟେନିକ ଜାହାଜ ବୁଡ଼ିବା ପରେ ମୃତ୍ୟ ବ୍ୟକ୍ତିଙ୍କ ପାଇଁ ଏହି ଗୀତକୁ ବଜାଯାଇ ସେମାନଙ୍କ ପାଇଁ ଶୋକ ମନାଯାଇଥିଲା। ପ୍ର୍ରଥମ ବିଶ୍ୱ ଯୁଦ୍ଧରେ ମଧ୍ୟ ଏହି ଗୀତକୁ ବଜାଯାଇଥିଲା। ଯାହାପରେ ଏହା ଖୁବ ଲୋକପ୍ରିୟ ହେଲା। ଏହାପରେ କେବଳ ଭାରତୀୟ ନୁହେଁ ବରଂ ଅନ୍ୟ ଦେଶର ସେନାମାନଙ୍କ ସହିଦକୁ ମନେପକାଇ ବଜାଯାଏ।
କୁହାଯାଏ ଯେ ଏହି ଆନ୍ଥେମ ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଗୀତ ଥିଲା। କୁହାଯାଏ ଯେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏହାକୁ ପ୍ରଥମେ ମହିଶୂର ପ୍ୟାଲେସରେ ଶୁଣିଥିଲେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ପସନ୍ଦ ପରେ ଏହାକୁ ସେନାରେ ବଜାଯାଇଥିଲା। ଯାହା ଏବେ ବିଟିଂ ଦ ରିଟ୍ରିଟରେ ଶୁଣିବାକୁ ମିଳିବ ନାହିଁ।
ସୂଚନା ମିଳିଛି ଯେ ଏହି ସ୍ଥାନରେ ଏବେ ସାରେ ଯାହାଁ ସେ ଅଚ୍ଛା ଗୀତ ବାଜିବ। ପୂର୍ବରୁ abide with me ଧ୍ୱନି ବଜା ଯାଇ ସମାରୋହକୁ ସମାପ୍ତ କରାଯାଉଥିଲା । କିନ୍ତୁ ଏବେ ଆଉ ଏହି ଧ୍ୱନି ଶୁଣିବାକୁ ମିଳିବ ନାହିଁ।