ନ୍ୟାସନାଲ ହେରାଲ୍ଡ ବିଲ୍ଡିଂରେ ଚାଲିଛି ମଦ ବେପାର! ୨୦ ବର୍ଷ ତଳୁ ବନ୍ଦ ହୋଇ ସାରିଛି ଖବରକାଗଜ ଛପା

ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତ କରୁଥିବା ଇଡି ଟିମ୍‌ ଗୁରୁବାର ଲକ୍ଷ୍ନୌସ୍ଥିତ ହେରାଲ୍ଡ ଅଫିସ୍‌ ଚଢ଼ାଉ କରିଥିଲା। ଯେତେବେଳେ ଟିମ୍‌ ସେଠାରେ ପହଞ୍ଚିଥିଲା, ତ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କାହିଁକି ନା, ବିଲ୍ଡିଂରେ ଖବରକାଗଜ ଛପା ପରିବର୍ତ୍ତେ ଦେଖିବାକୁ ମିଳିଥିଲା ମଦ ଦୋକାନ।

ଏହା ବ୍ୟତୀତ ସେଠାରେ ହାର୍ଡେଓ୍ଵୟାର ସମେତ ଅନେକ ଦୋକାନ ଚାଲୁ ରହିଥିଲା। ଖବର ନେବାରେ ଜଣାପଡ଼ିଥିଲା କି, ବିଲ୍ଡିଂରେ ୧୯୯୯ ମସିହା ପରଠାରୁ ହିଁ ଖବରକାଗଜ ଛପା ବନ୍ଦ ହୋଇ ସାରିଛି। କହି ରଖୁଛୁ, ଏହି ବିଲ୍ଡିଂକୁ ନେହେରୁ ବିଲ୍ଡିଂ ମଧ୍ୟ କୁହାଯାଇଥାଏ। ଏଠି ଏଜେଏଲ୍‌ର ଅଫିସ୍‌ ଥିଲା।

ଏହି ଦୁଇ ତାଲା ବିଲ୍ଡିଂରେ ୨୦୭ ଦୋକାନ ରହିଛି। ସେଥି ମଧ୍ୟରୁ ଅଧିକାଂଶ ଦୋକାନରେ ତାଲା ଝୁଲୁଥିବା ବେଳେ ଆଉ କିଛି ଦୋକାନ ଷ୍ଟୋର୍‌ ରୁମ୍‌ ଭାବେ ବ୍ୟବହୃତ ହେଉଛି। ଦୋକାନଗୁଡ଼ିକରେ ଲାଗିଥିବା ବୋର୍ଡରୁ ସ୍ପଷ୍ଟ ହୋଇଥିଲା ଯେ ଏହି ଦୋକାନଗୁଡ଼ିକରେ ବି ବ୍ୟବସାୟ ଚାଲିଥିଲା। ବିଲ୍ଡିଂରେ ମାତ୍ର ଦୁଇଟି ଦୋକାନରୁ ହିଁ ଭଡ଼ା ମିଳୁଛି।

ମିଡିଆ ରିପୋର୍ଟ ଅନୁସାରେ, ଇଡି ଟିମ୍‌ ଦିଲ୍ଲୀରେ ମଧ୍ୟ ଚଢ଼ାଉ କରିଥିଲା। ନ୍ୟାସନାଲ ହେରାଲ୍ଡ ବିଲ୍ଡିଂରେ ଚଢ଼ାଉ କରାଯାଇଥିଲା। ବୁଧବାର ଦିଲ୍ଲୀସ୍ଥିତ ହେରାଲ୍ଡ ବିଲ୍ଡିଂରେ ୟଙ୍ଗ୍‌ ଇଣ୍ଡିଆନ ଅଫିସ୍‌କୁ ସିଲ୍‌ କରି ଦିଆଯାଇଥିଲା, ଯାହା ପରେ ବର୍ତ୍ତମାନ ବିବାଦମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ ଇଡି ପୁଣିଥରେ ଗୁରୁବାର ଲକ୍ଷ୍ନୌସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସ୍‌ରେ ଚଢ଼ାଉ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.