କାର, ବାଇକ ଚଲାଉଥିଲେ ସାବଧାନ ! ଟ୍ରାଫିକ ପୋଲିସ ପକ୍ଷରୁ ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ : କାର, ବାଇକ୍‌ ଚଲାଉଥିଲେ ବାହାରକୁ ଯିବା ପୂର୍ବରୁ ନିଶ୍ଚିତ ଏହି କଥା ଜାଣିରଖିବା ଉଚିତ। ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ଗାଡ଼ି ଚଳାଉଛନ୍ତି ତେବେ ପୋଲିସର ଏହି ନିୟମକୁ ନେଇ ନିଶ୍ଚିତ ଭାବେ ସାବଧାନ ହୁଅନ୍ତୁ । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ନିଶ୍ଚତ ଭାବେ ଅସୁବିଧା ଭୋଗିପାରନ୍ତି । ଏବେ ଭୀଷଣ ଥଣ୍ଡା ସହ କୁହୁଡ଼ି ହେଉଛି । ଏଭଳି ପରିସ୍ଥିତିରେ ସେହି ଲୋକମାନଙ୍କ ଲାଗି ନିୟମ ଜାରି କରାଯାଇଛି ଯେଉଁମାନେ ଘନ କୁହୁଡ଼ିରେ ନିଜର ଗାଡ଼ି ନେଇ ଯାତ୍ରା କରୁଛନ୍ତି ।

ଚଣ୍ଡିଗଡ଼ ଟ୍ରାଫିକ ପୋଲିସ ଅନୁଯାୟୀ, ଗାଡ଼ି ଚାଳକମାନେ ଯେତେଦୂର ସମ୍ଭବ କୁହୁଡ଼ି ସମୟରେ ଗାଡ଼ି ଚଳାନ୍ତୁନାହିଁ । କୁହୁଡ଼ି ସମୟରେ ଗାଡ଼ି ଚଳାଇବାରୁ ନିବୃତ ରୁହନ୍ତୁ ।

ଗାଡ଼ିକୁ ରାସ୍ତାକଡ଼ରେ ଠିଆ କରନ୍ତୁ ନାହିଁ। ସେହିପରି ଧିରେ ଚଳାଇବା ସହ ରିଫ୍ଲେକ୍ଟିଭ ଟେପ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି ।

ସାଇକେଲ ଏବଂ ପଥଚାରୀଙ୍କ ଲାଗି ସତର୍କତା ଅବଲମ୍ବନ କରନ୍ତୁ ।

ଟ୍ରାଫିକ୍ ପୋଲିସ ପ୍ରାୟ ସମୟରେ ଜନସାଧାରଣଙ୍କ ସୁରକ୍ଷା ଲାଗି ଏଭଳି ଆଲର୍ଟ ଜାରି କରିଥାଏ । ଜନସାଧାରଣ ନିଶ୍ଚିତ ଭାବେ ଏହାକୁ ପାଳନ କରିବା ଆବଶ୍ୟକ ।

ଏହା ସହିତ ମୋଟର ବାହନ ଅଧିନିୟମ ଧାରା ୧୮୦ ଅନୁସାରେ ଯଦି ଆପଣ କାର ଚଲାଇବା ସମୟରେ ଟ୍ରାଫିକ ପୋଲିସ ଦ୍ୱାରା ଅଟକ ହେଉଛନ୍ତି, ଆଉ ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେବେ ଆପଣଙ୍କୁ ୫ ହଜାର ଜରିମାନା ସହିତ ୩ ମାସ ପର୍ଯ୍ୟନ୍ତ ତେଲ ମଧ୍ୟ ହୋଇପାରେ।

ଆପଣ ଡିଜି ଲକର କିମ୍ବା ଏମ୍‌ ପରିବହନ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ଦସ୍ତାବିଜରର ପଞ୍ଜିକରଣ ପ୍ରମାଣ ପତ୍ର ଷ୍ଟୋର କରି ରଖିପାରିବେ। ଟ୍ରାଫିକ ପୋଲିସକୁ ଆବଶ୍ୟକ ସ୍ଥଳେ ଦେଖାଇପାରିବେ।