ଏବେ ଭଡ଼ାଟିଆ ଦେବେ ନିଜର ସଠିକ ପ୍ରମାଣ ପତ୍ର, ପୋଲିସ ପକ୍ଷରୁ ଦିଆଗଲା କଡ଼ା ଚେତାବନୀ

ଦିଲ୍ଲୀ ଏନସିଆର ଇଲାକାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ନୂଆ ନିୟମ ଲାଗୁ କରାଯାଇଛି। ଏଠାରେ ଭଡ଼ାରେ ରହୁଥିବା ଲୋକଙ୍କ ପାଇଁ ନୂଆ ରୁଲ ଲାଗୁକରାହେବାକୁୁ ଯାଉଛି। ସୁରକ୍ଷାରକାମ ଉଭୟ ପୋଲିସ ଓ ଜନତାଙ୍କର ।ତେଣୁ ଏବେ ଭଡ଼ାଟିଆଙ୍କ ସମ୍ପର୍କରେ ବିଶେଷ ସୂଚନା ଘର ମାଲିକଙ୍କ ପାଖରେ ରହିବ। ଏହାପରେ ପୋଲିସ ଏହାକୁ ଯାଞ୍ଚ କରିବ।

ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜର ଭୁଲ ପ୍ରମାଣ ପତ୍ର ଦେଖାଇ ଘର ଭଡ଼ାରେ ରହୁଛନ୍ତି। ଏହି ସମୟରେ ଘର ମାଲିକ ଠକାମିର ବଞ୍ଚିବା ପାଇଁ ପୋଲିସ କୁ ସୂଚନା ଦେଇପାରିବେ। ଏହା ସହିତ ପ୍ରତ୍ୟେକ ଲୋକ ଏବେ ନିଜର ସଠିକ ପ୍ରମାଣ ଦେବା ପାଇଁ ମଧ୍ୟ କୁହାଯାଇଛି। ଏହି ଯାଞ୍ଚରେ ଆଧାରକାର୍ଡ ଓ ଅନ୍ୟାନ୍ୟ ପରିଚୟ ପ୍ରମାଣ ପତ୍ର ସାମିଲ ହେବ।

ଏମତିରେ ଦେଶର ସମସ୍ତ ନାଗରିକଙ୍କୁ ଏଥିପାଇଁ ସଚେତନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମିଛ ପ୍ରମାଣ ପତ୍ର ଦ୍ୱାରା ଲୋକ ମାନେ ଘର ଭଡ଼ା ନେଇ ରହିବା ପରେ ସହରରେ ଅନେକ ଅପରାଧିମୂଳକ କାର୍ଯ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ଦିଲ୍ଲୀ ଏନସିଆରରେ ପୋଲିସ ସତର୍କତା ଅବଲମ୍ବନ କରିିଛି।

ତେବେ ଏହାରି ମଧ୍ୟରେ ପୋଲିସ ବିଭାଗର ବିଟ ସିଷ୍ଟମ , ଯେଉଁଥିରେ କନେଷ୍ଟବଳ ରହିଥାନ୍ତି। ସେମାନେ ଏବେ ସବୁ ସ୍ଥାନରେ ରହିବେ ନିଜେ ତଦାରଖ କରିବା ପାଇଁ କୁହାଯାଇଛି।