କ୍ୱାଡ୍ ବୈଠକ ପୂର୍ବରୁ ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି
![narendra moid](https://knewsodisha.com/wp-content/uploads/2021/09/narendra-moid-.jpg)
କେନ୍ୟୁଜ୍(ବ୍ୟୁରୋ): କ୍ୱାଡ୍ ବୈଠକ ପୂର୍ବରୁ କ୍ୱାଡ୍ ସଦସ୍ୟ ଥିବା ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ବଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ଭେଟି ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା।