ଭିକ ମାଗିବା ପାଇଁ ପ୍ଲେନରେ ଚଢିଗଲା ଭିକାରୀ : ଜାଣନ୍ତୁ କଣ ହେଲା ତା ପରେ

beggar

ଏପର୍ୟ୍ୟନ୍ତ ଆପଣ ଟ୍ରେନରେ ଲୋକଙ୍କୁ ଭିକ ମାଗୁଥିବା ଦେଖିଥିବେ । ଖାସ୍ କରି ପାସେଞ୍ଜର ଟ୍ରେନରେ ତ ଏହା ସାଧାରଣ କଥା । କିନ୍ତୁ ଉଡାଯାହାଜରେ ଭିକ ମାଗିବା କେବେ ଶୁଣିଛନ୍ତି ବା ଦେଖିଛନ୍ତି ? ଆପଣଙ୍କୁ ଆଶ୍ଚଯ୍ୟ କରୁଥିବା ଏହି ଘଟଣାଟି ସଂପୂର୍ଣ୍ଣ ସତ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଘଟଣାଟି ପାକିସ୍ତାନର କରାଚୀରୁ ବ୍ୟାଙ୍କକ୍ ଯାଉଥିବା ଉଡାଯାହାଜରେ ଘଟିଛି । ବ୍ୟକ୍ତି ଜଣକୁ ଦେଖି ଉଡାଯାହାଜରେ ଥିବା ସମସ୍ତ ଯାତ୍ରୀ ବ୍ୟସ୍ତ ହୋଇପଡିଥିଲେ । ତେବେ ଜଣେ ଯାତ୍ରୀ ଏହାର ଭିଡିଓ ବନାଇ ଫେସବୁକରେ ଅପଲୋଡ୍ କରିଦେଇଥିଲେ । ଯାହା ପରେ ଏହା ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଉଭୟ ସାଇଡ୍ ସିଟ୍ ମଧ୍ୟରେ ଠିଆ ହୋଇ ଏପଟ୍ ସେପଟ୍ ଚାହୁଁଛି। କିଛି ସମୟ ପରେ ଏୟାର୍ ହୋଷ୍ଟେସ୍ ଏବଂ ପରେ ପୁରୁଷ ଫ୍ଲାଇଟ୍ ଆଟେଣ୍ଡାଂଟ୍ ଆସି ତାଙ୍କ ସହ କଥା ହେଉଛନ୍ତି । ଏହାପରେ ବ୍ୟକ୍ତି ଜଣକ ସେମାନଙ୍କୁ କିଛି କାଗଜ ଦେଖାଉଛନ୍ତି । ତେବେ ବ୍ୟକ୍ତି ଜଣକ ଭିକାରୀ କିମ୍ବା ସିଟ୍ ଖୋଜୁଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭିଡିଓରେ ଯାତ୍ରୀ ମାନଙ୍କ ହସୁଥିବାର ଶବ୍ଦ ମଧ୍ୟ ଆସୁଛି । ଏହା ସହ ଉପହାସ ମଧ୍ୟ କରୁଥିବାର ଜଣାପଡୁଛି ଉକ୍ତ ଭିଡିଓରେ ।

ଅନ୍ୟପଟେ ବ୍ୟକ୍ତି ଜଣକ ତାଙ୍କ ଦେଶର ନାଗରିକ ନୁହଁନ୍ତି ବୋଲି କହିଛି ପାକିସ୍ତାନ । ତେବେ ପାକିସ୍ତାନର ଏକ ଟିଭି ଚ୍ୟାନେଲ୍ ଦାବି କରିଛି ଯେ ଯେଉଁ ବ୍ୟକ୍ତିଜଣକୁ ଭିକାରୀ ବୋଲି କୁହାଯାଉଛି ସେ ଇରାନର ନାଗରିକ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦି ବ୍ୟକ୍ତି ଜଣକ ଭିକାରୀ ହୋଇଥାନ୍ତି ତେବେ ଏତେ କଡା ସୁରକ୍ଷା ମଧ୍ୟରେ କେମିତି ପ୍ଲେନ୍ ଭିତରକୁ ଗଲେ କେମିତି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.