ଦେଶ ବିଦେଶ

ଆଇନ୍‌ ଉପରେ ବଢ଼ିଲା ବିଶ୍ୱାସ: ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଗଣ୍ଡି ମୁଣ୍ଡ ଅଲଗା କରିଥିବା ଧନୀ ଯୁବକକୁ ମିଳିଲା ମୃତ୍ୟୁ ଦଣ୍ଡ

ଆଇନ୍‌ ବ୍ୟବସ୍ଥା ଉପରେ ଧୀରେ ଧୀରେ ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ଦୋଷୀକୁ ଦଣ୍ଡ ମିଳୁଥିବାରୁ ଲୋକଙ୍କର ଆଇନ୍‌ କାନୁନ୍‌ ଉପରେ ବିଶ୍ୱାସ ଓ ଭରସା ବଢ଼ିଛି। ପାକିସ୍ତାନରେ ଜଣେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ କୋର୍ଟ ମୃତ୍ୟୁ ଦଣ୍ଡ ଦେବା ପରେ ଆଇନ୍‌ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହୋଇଛି।

ରିପୋର୍ଟ ମୁତାବକ, ଆମେରିକାର ନାଗରିକ ଜାହିର ଜଫର ଇସ୍‌ଲାମାବାଦ ସ୍ଥିତ ନିଜ ଘରେ ଜଣେ ଯୁବତୀଙ୍କ ସହ ବର୍ବରତା ଦେଖାଇ ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ପରେ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଥିଲା। ଏହି ମାମଲାରେ ଗୁରୁବାର ଏହି ବଡ଼ ବାପାର ପୁଅ ଜାହିର ଜଫରଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି। ଜାହିରର ବାପା ପାକିସ୍ତାନର ଏକ ଟ୍ରେଡିଂ କମ୍ପାନୀର ଡାଇରେକ୍ଟର। ସେ ପାକ୍‌ର ଜଣେ ଜଣାଶୁଣା ଧନୀ ବ୍ୟକ୍ତି।

Image Credit: Twitter

ଜାହିର ଜଫର ଜଣେ ନେତାଙ୍କ ଝିଅର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା। ଏହାର କାରଣ ଥିଲା ଯୁବତୀ ଜଣକ ଜାହିରଙ୍କୁ ବିବାହ କରିବାକୁ ମନା କରିଥିଲେ। ମୃତା ଯୁବତୀଙ୍କ ନାଁ ନୁର ମୁକଦ୍ଦମ(୨୭)। ୨୦ ଜୁଲାଇ ୨୦୨୧ରେ ଇସ୍‌ଲାମାବାଦ୍‌ ସ୍ଥିତ ଘରେ ଏହି ହତ୍ୟାକାଣ୍ଡ ଘଟାଇଥିଲା ଜାହିର।

ଏହି ମାମଲାରେ ଜଜ୍‌ ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ସେହିପରି ଜାହିରର ଦୁଇ ଜଣ ଗାର୍ଡଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଛି। ମାତ୍ର ଜଫର ଜାହିରର ବାପା-ମା’ଙ୍କୁ ଏହି ମାମଲାରେ କ୍ଲିନ୍‌ ଚିଟ୍‌ ମିଳିଛି। ତେବେ ତା’ ବାପା-ମା’ଙ୍କୁ ବି ଦଣ୍ଡ ମିଳୁ ବୋଲି ମୃତା ଯୁବତୀଙ୍କ ପରିବାର ପକ୍ଷରୁ ଦାବି ହୋଇଛି। ଏହି ଘଟଣାରେ ଦୋଷୀ ଜଣେ ଧନୀ ହୋଇଥିବାରୁ ତାଙ୍କୁ କାଳେ ଦଣ୍ଡ ମିଳିବନି ଭାବି ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା। କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି କୋର୍ଟ ଦୋଷୀକୁ ଦଣ୍ଡ ଦେଇଛନ୍ତି।

Also Read: ପଡ଼ିଲାନି ନୋଟ୍‌ବନ୍ଦୀ ପ୍ରଭାବ: ନିର୍ବାଚନ ବେଳେ ଜବତ ହୋଇଛି ୧୯୧୮ କୋଟି ନଗଦ ଟଙ୍କା, ଡ୍ରଗ୍ସ ଓ ମଦ

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago