PubG ବନେଇଦେଲା ଯୋଡି: PubG ଖେଳୁ ଖେଳୁ ହେଲା ପ୍ରେମ,ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ବଙ୍ଗାଳି ପୁଅ ଓ କର୍ଣ୍ଣାଟକ ଝିଅ

ରବ୍ ନେ ବନାଦି ଯୋଡ଼ି ଫିଲ୍ମ ବିଷୟରେ ତ ଆପଣ ନିଶ୍ଚିତ ଶୁଣିଥିବେ । କିଏ କାହାକୁ କେତେବେଳେ ପସନ୍ଦ ଆସିଯାଏ ତାହା ସେଇ ମଣିଷ ମଧ୍ଯ ଠିକ୍ ଭାବେ ଜାଣିନଥାଏ । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ବର୍ତ୍ତମାନ ସବୁ କାମ ସହଜ ହୋଇଯାଉଛି ସୋସିଆଲ ମିଡ଼ିଆ ପାଇଁ। ପୁଣି ଏଇ ବାହାଘର ହୋଇଛି ସୋସିଆଲ ମିଡ଼ିଆ ମାଧ୍ୟମରେ।

marriage
Picture Credit -Times of India

ପବ୍ ଜି ଗେମ୍ ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ । ଯାହା ପାଇଁ ପାଗଳ ଅନେକ ଯୁବପିଢି । ଟିକେ ସମୟ ମିଳିଲେ ଲାଗିପଡନ୍ତି ଏହି ପବ୍ ଜି ଗେମ୍ ଖେଳିବାରେ । ସାରା ବିଶ୍ୱରେ ଏହି ପବ୍ ଜି ଗେମ୍ ପ୍ରସିଦ୍ଧ । ପୁଣି ଏହି ଗେମ୍ ଖେଳୁ ଖେଳୁ ଦୁଇଜଣ ଯୁବକ ଯୁବତୀ ହୋଇଛନ୍ତି ସାରା ଜୀବନ ପାଇଁ ଜନ୍ମ ଜନ୍ମର ସାଥୀ। ଏମିତିକି ସେମାନେ ଏହି ଗେମ୍ ଖେଳୁ ଖେଳୁ ପରସ୍ପରକୁ ଭଲ ପାଇଥିଲେ । ପୁଣି ସେଇ ଭଲ ପାଇବା ବଦଳିଛି ବିବାହରେ ।

couple parents
Picture Credit – News18

ଭିନ୍ନ ଭିନ୍ନ ରାଜ୍ୟର ଦୁଇ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଫେମସ ଗେମ୍ ପାଇଁ । ୱେଷ୍ଟ ବେଙ୍ଗଲ ସ୍ଥିତ ଧୁପଗୁରିରରେ ରହୁଥିବା ଯୁବକ ସୈନୁର ଆଲାମ୍ ସବୁବେଳେ ପବ୍ ଜି ଖେଳନ୍ତି। ଏମିତି ଗେମ୍ ଖେଳୁ ଖେଳୁ, କର୍ଣ୍ଣାଟକର ଯୁବତୀ ପ୍ରିଜାଙ୍କ ସହ ସେ ସବୁବେଳେ ଗେମ୍ରେ କଥା ହୁଅନ୍ତି। ତେବେ ଫିଜା ମଧ୍ୟ PubG ଖେଳିବାକୁ ପସନ୍ଦ କରନ୍ତି । ତେଣୁ ସେ ଯେତେବେଳେ ଗେମ୍ ଆରମ୍ଭ କରନ୍ତି ସେତେବେଳେ ସେ ମଧ୍ୟ ସୈନୁରଙ୍କ ସହ ଗେମ୍ ଖେଳନ୍ତି ।

ତେବେ ଏମିତି ଗେମ୍ ଖେଳୁ ଖେଳୁ ଦୁହିଁ ପ୍ରଥମେ ଭଲ ସାଙ୍ଗ ହୋଇଯାଇଥିଲେ । ଏହା ପରେ ଦୁହିଁଙ୍କୁ ଲାଗିଥିଲା ଯେ ଦୁହେଁ ପରସ୍ପରକୁ ପସନ୍ଦ କରୁଛନ୍ତି । ଏହା ପରେ ସେମାନେ ନିଜର ଫୋନ୍ ନମ୍ବର ମଧ୍ୟ ପରସ୍ପର ମଧ୍ୟରେ ବାଣ୍ଟିଥିଲେ । ଏହାପରେ ଫୋନରେ ଅଧିକ ସମୟ କଥା ହେଉଥିଲେ । ପରେ ସେମାନେ ବିବାହ କରିବାକୁ ନିଷ୍ପତି ନେଇଥିଲେ, ଦୁହେଁ କେବେ କାହାକୁ ଦେଖି ନଥିଲେ ତେଣୁ ଫିଜା ବାଙ୍ଗାଲୋରରୁ ଫ୍ଲାଇଟ୍ ବୁକ୍ କରି ସୈନୁରଙ୍କୁ ଦେଖା କରିବାପାଇଁ ପ୍ରାୟ ୨୫୫୪ କିଲୋମିଟର କ୍ରସ୍ କରି ତାଙ୍କ ଘରେ ଆସି ପହଂଚିଥିଲେ। ଫିଜାଙ୍କୁ ଦେଖିବା ପରେ ଶୈନୁର ଓ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏହା ପରେ ଦୁଇଜଣଙ୍କ ପରିବାର ତାଙ୍କ ଭଲପାଇବାକୁ ବୁଝିଥିଲେ ଓ ଫିଜା ଏବଂ ସୈନୁର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.