ଦେଶ ବିଦେଶ

ବନ୍ଧୁ ସାଜିଲା ବଇରୀ: ସାଙ୍ଗକୁ ମିଶି ହତ୍ୟା କଲେ ତିନି ନାବାଳକ, ଖାଇବାକୁ ଦେଲେ ରସଗୋଲା…

ପଶ୍ଚିମବଙ୍ଗ: ବନ୍ଧୁ ସାଜିଲା ବଇରୀ । ନିଜ ସାଙ୍ଗକୁ ମିଶି କଲେ ହତ୍ୟା । ବିଶ୍ୱାସରେ ଦେଲେ ଧୋକା । ତିନିଜଣ ନାବାଳକ ମିଶି ସେମାନଙ୍କ ୧୪ ବର୍ଷର ସାଙ୍ଗକୁ କମ୍ପ୍ୟୁଟର କିଣିବା ପାଇଁ ଅପହରଣ ପରେ ହତ୍ୟା କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର କ୍ରୀଷ୍ଣାନଗର ଘୁରନି ଅଞ୍ଚଳରେ ଘଟିଛି ଏହି ଛାତିଥରା ଘଟଣା। ସବୁଠାରୁ ଆଶ୍ଚର୍ଯ୍ୟର କଥା କି, ମାରିବା ପୂର୍ବରୁ ନିଜ ସାଙ୍ଗର ଶେଷ ଇଚ୍ଛା ପୂରଣ କରିଥିଲେ ଏହି ଦଗାବାଜ୍ ସାଙ୍ଗମାନେ । ରସଗୋଲା ଖୁଆଇବା ସହ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଦେଇଥିଲେ । ଏହାପରେ ଗଳା କାଟି କରିଥିଲେ ହତ୍ୟା ।

ତେବେ ସୂଚନା ଥାଉକି କି, ଏକ ଅଖା ଭିତରେ ବନ୍ଧା ହୋଇଥିବା ମୃତଦେହ ଗତ ଶନିବାର ଦିନ କ୍ରୀଷ୍ଣାନଗର ସହର ଉପକଣ୍ଠ ହିଜୁଲି ଅଞ୍ଚଳର ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଗେମ୍ ଖେଳିବା ପାଇଁ କମ୍ପ୍ୟୁଟର ଦରକାର ଥିଲା ତିନି ସାଙ୍ଗଙ୍କୁ । ଯେଉଁଥିବା ତିନି ନାବାଳକ ମିଶି ରଚିଥିଲେ ଷଡଯନ୍ତ୍ର । ସେମାନେ ନିଜର ଆଉ ଏକ ସାଙ୍ଗକୁ ପ୍ରଥମେ ଅପହରଣ କରିଥିଲେ ଏବଂ ଅପହରଣ ପରେ ହତ୍ୟା କରିଥିଲେ । ପୋଲିସ୍ ତିନି ନାବାଳକଙ୍କୁ କାବୁ କରି ଗତ ରବିବାର କ୍ରୀଷ୍ଣାନଗରର ଜୁଭେନାଲ୍ କୋର୍ଟରେ ହାଜର କରିଥିଲା।

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଅପରାହ୍ନରେ ଘୁରନି ଅଞ୍ଚଳର ୮ମ ଶ୍ରେଣୀର ଛାତ୍ର କିଛି ଜିନିଷ କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି କରିବା ପରେ ନିଖୋଜ ହେବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସକାଳେ ମୃତ ନାବାଳକଙ୍କ ମାଙ୍କ ନିକଟକୁ ଏକ କଲ୍ ଆସିଥିଲା । ଯେଉଁଥିରେ ତାଙ୍କୁ ୩ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା । ଏହା ପରେ ସେ ଏନେଇ କୋଟୱାଲୀ ପୋଲିସ୍ ଷ୍ଟେସନକୁ ସୂଚନା ଦେଇଥିଲେ।

ଏପଟେ ପୋଲିସ୍ କହିଛି ତିନି ନାବାଳକ ୧୦ମ ଶ୍ରେଣୀର ଛାତ୍ର । ଯେଉଁମାନେ ମୃତ ନାବାଳକ ସହିତ ସେହି ସମାନ ସ୍କୁଲ୍ ରେ ପାଠ ପଢୁଥିଲେ ଏବଂ ସେହି ଗୋଟିଏ ଅଞ୍ଚଳରେ ହିଁ ବସବାସ କରୁଥିଲେ । ତିନି ଜଣ ଛାତ୍ର ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି । ଏପଟେ ହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ୍। ଖବର ମିଳିବା କ୍ଷଣି ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଦେଇଥିଲା ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ପିତାଙ୍କର ବହୁ ପୂର୍ବରୁ ମୃତ୍ୟୁ ଘଟିଥିଲା ​​ଏବଂ ତାଙ୍କ ମା ‘ଆୟା’ ଭାବରେ କାର୍ଯ୍ୟ କରୁଥିଲେ । ନିଜ ମାଙ୍କ ସହିତ ନାବାଳକଟି ନିଜ ମାମୁଁ ଘରେ ରହୁଥିଲେ ।

Sonalisa

Recent Posts

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

27 seconds ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago