ବେଙ୍ଗାଲୁରୁ ବିମାନ ବନ୍ଦରରେ ଅଛି ବମ, ଫୋନ କଲ ପାଇବା ପରେ ହାଇ ଆଲର୍ଟରେ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁ କେମ୍ପାଗୌଡ଼ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ଥିବା ସୂଚନା । ସୂଚନା ମୁତାବକ ଆଜି ଭୋର ୩.୫୦ ମିନିଟ ସମୟରେ ବେଙ୍ଗାଳୁରୁ ସିଟି ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ୧୧୨ କୁ ଏକ ଅଜଣା ଫୋନ ଆସିଥିଲା । ଫୋନ କଲରେ  ଜଣେ ପୁରୁଷ ଭଏସ ଥିବା କୁହାଯାଇଛି । ସୂଚନା ଯେ ବ୍ୟକ୍ତି ଜଣଙ୍କ କହିଥିଲେ ବେଙ୍ଗାଲୁରୁ ବିମାନ ବନ୍ଦର ମଧ୍ୟରେ ଏକ ବ୍ୟାଗ ଭିତରେ ବୋମା ରହିଛି ବୋଲି କହି ଫୋନ କାଟିଦେଇଥିଲେ ।

ସଂଗେ ସଂଗେ ବେଙ୍ଗାଲୁରୁ ସିଟି ପୋଲିସ ବେଙ୍ଗାଲୁରୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ କଡା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ପରେ ଫୋନ କଲ ଯାଞ୍ଚ ପରେ ଉକ୍ତ ପୁରୁଷ ଜଣଙ୍କୁ ବେଙ୍ଗାଳୁରୁ ସିଟି ପୋଲସ  ଧରିଥିବା ସୂଚନା ମିଳିଛି । ଏବେ ସେହି ବ୍ୟକ୍ତିକୁ ପଚରା ଉଚରା କରାଯାଉଥିବା ସହ ଏପଟେ ବିମାନ ବନ୍ଦରରେରେ କଡ଼ା  ଛାନଭିନ ଚାଲିଛି ।  ପୋଲିସ ପକ୍ଷରୁ ସମସ୍ତଙ୍କୁ କଡାକଡି ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.