ଖୋଲାରେ ଶୌଚ କରିବାରୁ ନିବୃତ୍ତ ହେଉନଥିଲେ ଲୋକ ଶେଷରେ ମହାନଗର ନିଗମ ନେଲା ଏଭଳି ପଦକ୍ଷେପ
କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପରେ ସାରା ଦେଶରେ ସ୍ୱଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହିସବୁ ପରେ ମଧ୍ୟ ସମସ୍ୟା ଯେପରିକି ସେହିପରି ହିଁ ରହିଯାଇଛି । ତେବେ ଏପରି ଏକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଙ୍ଗାଲୁର ନଗର ନିଗମ ଏକ ଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ଏହା ଏପରି ଏକ ଉପାୟ ଯାହା ବିଷୟରେ ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଙ୍ଗାଲୁର ମହାନଗର ପାଳିକା ଖୋଲାରେ ଶୌଚ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସହରର ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥରେ ମିରର ଲଗାଇ ଦେଇଛନ୍ତି । ଯାହାଦ୍ୱାରା ରାସ୍ତା କଡରେ ଶୌଚ କରୁଥିବା ଲୋକ ଲଜ୍ଜ୍ୟା ଅନୁଭବ କରିବା ସହିତ ଏପରି କରିବାରୁ ନିବୃତ୍ତ ରହିବେ ।
ନଗର ନିଗମର ଯୋଜନା ଅନୁଯାୟୀ ସହରର ଏପରି କିଛି ସ୍ଥାନ ଖୋଜାଯାଇ ସ୍ୱତନ୍ତ୍ର ଭବେ ସେଠାରେ ମିରର ଲଗାଯିବ ଯାହାଦ୍ୱାରା ଲୋକମାନେ ସେଠାରେ ଆବର୍ଜନା ବୃଦ୍ଧି କରିବାରୁ ନିବୃତ୍ତ ରହିବେ । ଏହାସହିତ ଅଇନାରେ ଏକ QR Code ମଧ୍ୟ ରହିବ ଯାହାକୁ ସ୍କାନ କରିବା ଦ୍ୱାରା ନିକଟସ୍ଥ ଶୌଚାଳୟ ବିଷୟରେ ଜଣାପଡ଼ିଯିବ । ତେବେ ମହାନଗର ନିଗମ ଏପରି ନିଷ୍ପତ୍ତି ଏଥିପାଇଁ ନେଇଛି ଯେ ଯେଉଁ ଲୋକମାନେ ଖୋଲାରେ ଶୌଚ କରୁଛନ୍ତି ଏହାଦ୍ୱାରା ସେ ଟିକିଏ ଲଜ୍ଜ୍ୟା ଅନୁଭବ କରିବେ । ସେଥିପାଇଁ ମହାନଗର ପାଳିକା କାନ୍ଥରେ ମିରର ଲଗାଇବା ଉଚିତ ବୋଲି ଭାବିଲେ ।
ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ କାନ୍ଥରେ ଦେବାଦେବୀଙ୍କ ଫଟୋ ସହିତ ସିସିଟିଭି ଲାଗିସାରିଛି କିନ୍ତୁ ଏହାର ମଧ୍ୟ କୋଣସି ଫାଇଦା ହେଲାନାହିଁ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକମାନେ ଖୋଲାରେ ଶୌଚ କରିବା ସମୟରେ ମିରର ଦେଖି ନିଜକୁ ବହୁତ ଅପମାନିତ ଅନୁଭବ କରିବେ । ସେଥିପାଇଁ ମହାନଗର ନିଗମ ଏକ ଏଭଳି ପଦକ୍ଷେପ ନେଇଛି । ଯଦିଓ ଏଭଳି ଏକ ନିଷ୍ପତ୍ତି ପାଇଁ ମହାନଗର ପାଳିକାକୁ ଟିକିଏ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ । କାରଣ ଗୋଟିଏ ଗୋଟିଏ ମିରରର ମୂଲ୍ୟ ପାଖାପାଖି ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିପାରେ ।