ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ, ପିଜିରେ ରହୁଥିବା ଯୁବତୀଙ୍କୁ ଛୁରୀମାଡ଼

ବେଙ୍ଗାଳୁରୁରେ ଭୟଙ୍କର କାଣ୍ଡ । ବଡ଼ ବଡ଼ ସହରରେ ଥିବା ପିଜି କେତେ ସୁରକ୍ଷିତ । ବାଙ୍ଗାଲୋରରେ ପିଜି ଭିତରେ ପଶି ଜଣେ ଯୁବତୀଙ୍କୁ ଆକ୍ରମଣର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଛୁରିରେ ଆକ୍ରମଣ ଓ ଜୀବନ ନେବା ଦୃଶ୍ୟ କେତେ ଭୟଙ୍କର ଥିଲା ତାହା ଏଥିରେ ଦେଖିବାକୁ ମିଳିଛି । ଦୁର୍ବୃତ୍ତ ବେଙ୍ଗାଲୁରୁର ଏକ ମହିଳା ପିଜିରେ ପ୍ରବେଶ କରିଥିଲା । ୨୪ ବର୍ଷିୟ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ଆକ୍ରମଣ କରିଥିଲା । ଏହି ସମୟରେ ଅନ୍ୟ ରୁମରେ ଥିବା ପିଲାମାନେ ଦୌଡ଼ି ଆସିଥିଲେ । ଚିତ୍କାର କରୁଥିଲେ ବି ଆକ୍ରମଣ କରିଚାଲିଥିଲା ଦୁର୍ବୃତ୍ତ । ତେବେ ପିଜିରେ ରହୁଥିବା କ୍ରିତୀ କୁମାରୀ ରାତି ୯ଟା ହଷ୍ଟେଲକୁ ଫେରିଥିଲେ । କିନ୍ତୁ ୨୩ ତାରିଖ ରାତି ୧୦.୩୦ ପରେ ପରେ ଦୁର୍ବୁତ୍ତ ପିଜିରେ ପ୍ରବେଶ କରିଥିଲା । ପୋଲିସ ସୂଚନା ଅନୁସାରେ ୧୧ଟାରୁ ୧୧.୨୦ ଭିତରେ ଏହି ଘଟଣା ଘଟିଛି ।

କୋରାମଙ୍ଗାଲାର ପ୍ରଥମ କ୍ରସ ରୋଡ, ସିକ୍ସଥ୍ ବ୍ଲକ, ଭି.ଆର୍ ଲେଆଉଟ୍, ପିଜିର ତୃତୀୟ ମହଲାରେ ଘଟିଛି ଏହି ଅଘଟଣ । ସେହି ରୁମରେ ପଶି ଏକାଧିକ ଥର ଛୁରିରେ ଭୁଷି, ଗଳା କାଟି ମହିଳାଙ୍କ ଜୀବନ ନେଇଥିଲେ ଦୁର୍ବୃତ୍ତ । ତେବେ ବାହାରୁ ଆସିଥିବା ପିଲାମାନଙ୍କ ପାଇଁ ପିଜି ଗୋଟେ ବହୁତ ଭଲ ସୁରକ୍ଷିତ ସ୍ଥାନ ହୋଇଥିବା ବେଳେ ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି ।