ଗୋଟେ ହାତରେ ରନିଙ୍ଗ ବାଇକ ଆର ହାତରେ ଗାର୍ଲଫ୍ରେଣ୍ଡ, ଷ୍ଟଣ୍ଟ୍ ମାରିବା ପରେ ମାମୁଁ ଆସି ଟେକିନେଲା ଥାନାକୁ
ପୁଅମାନେ ନିଜ ଗର୍ଲଫ୍ରେଣ୍ଡ ମାନଙ୍କୁ ଇମପ୍ରେସ୍ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରନ୍ତି । ନିକଟରେ ଏଭଳି କିଛି ମାମଲା ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଯେଉଁଥିରେ ପୁଅମାନେ ବାଇକରେ ନିଜ ଗର୍ଲଫ୍ରେଣ୍ଡ ସହିତ ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା ।

ନିଜ ଗାର୍ଲଫ୍ରେଣ୍ଡକୁ କୋଳରେ ବସାଇବା ପରେ ଯୁବକକୁ ସିଧା ଥାନାକୁ ଟେକିନେଲା ପୋଲିସ । ନିଜ ଗର୍ଲଫ୍ରେଣ୍ଡ ପାଖରେ ଥିଲାବେଳେ କଣ ହୁଏ କେଜାଣି ପୁଅମାନେ ସବୁ କିଛି ଭୁଲିଯାନ୍ତି । କେବଳ ଆକାଶରେ ଉଡନ୍ତି ସେତିକିବେଳେ । ପୁଅମାନେ ନିଜ ଗର୍ଲଫ୍ରେଣ୍ଡ ମାନଙ୍କୁ ଇମପ୍ରେସ୍ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରନ୍ତି । ନିକଟରେ ଏଭଳି କିଛି ମାମଲା ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଯେଉଁଥିରେ ପୁଅମାନେ ବାଇକରେ ନିଜ ଗର୍ଲଫ୍ରେଣ୍ଡ ସହିତ ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା । ଆଉ ଭିଡିଓ ଖୁବ୍ ଭାଇରାଲ ବି ହେଉଥିଲା ।
ଏବେ ବେଙ୍ଗାଲୁରୁରୁ ଏପରି ଆଉ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ତାର ପ୍ରେମିକାକୁ କୋଳରେ ବସାଇ ରାସ୍ତାରେ ବାଇକ୍ ଚଳାଉଥିବାର ନଜର ଆସିଛି । ଉଭୟ ଏକଦମ୍ ବେଫିକର ହୋଇ ଯାଉଛନ୍ତି । ଯେମିତି କାହାକୁ ଭୟ ନାହିଁ କୋଉ ପୋଲିସକୁ ନୁହେଁ କି କୋଉ ନିୟମକୁ ବି ନୁହେଁ । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ବ୍ୟକ୍ତି ଜଣକ ଅସୁବିଧାରେ ପଡ଼ିଗଲେ ଯୁବକ ।
ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖିବାକୁ ମିଳିଛି ଯେ ଯୁବକ-ଯୁବତୀ ବାଇକ୍ ଚଳାଉଛନ୍ତି କିନ୍ତୁ ଉଭୟ ସାଧାରଣ ଢ଼ଙ୍ଗରେ ବସିନାହାଁନ୍ତି । ଯୁବତୀ ଜଣକ ଆଗରେ ନିଜ ପ୍ରେମୀ କୋଳରେ ବସିଛନ୍ତି । ଉଭୟ ଚଳନ୍ତା ବାଇକରେ ରୋମାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓଟି ଜଣେ କାର୍ ଆରୋହୀଙ୍କ ଦ୍ୱାରା ରେକର୍ଡ କରାଯାଇ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା ।
ଭିଡିଓ ଭାଇରାଲ ହେବା ପରେ ବେଙ୍ଗାଲୁରୁ ପୋଲିସ ଆକ୍ଟିଭ୍ ହୋଇ ବାଇକରେ ଯାଉଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଥିଲା । ଅନୁସନ୍ଧାନ ପରେ ଉକ୍ତ ବ୍ୟକ୍ତିଙ୍କୁ ନମ୍ବର ପ୍ଲେଟ ଆଧାରରେ ଚିହ୍ନଟ କରାଯାଇଥିଲା ଏବଂ ୟେଲାହଙ୍କା ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ଯୁବକ ଜଣକ ୨୧ ବର୍ଷୀୟ କ୍ୟାବ ଡ୍ରାଇଭର ସିଲାମାରାସେନ ବୋଲି ଜଣାପଡିଛି ।
ବେଙ୍ଗାଲୁରୁ ପୋଲିସ ଧାରା ୨୭୯ ଆଇପିସି ଏବଂ ଧାରା ୧୮୪, ୧୮୯, ୧୨୯, ୧୭୭ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଗାଡି ଜବତ କରିଛି । ଏହା ସହିତ ପୋଲିସ ଏପରି ଷ୍ଟଣ୍ଟ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି ଯେ ରାସ୍ତା ରୋମାନ୍ସ କରିବାର ସ୍ଥାନ ନୁହେଁ, ଦୟାକରି ରାସ୍ତାରେ ଏପରି ଷ୍ଟଣ୍ଟରୁ ଦୂରେଇ ରୁହନ୍ତୁ ।