ୟୁନିଫର୍ମରେ ରିଲ୍ସ କଲେ ପୋଲିସ କର୍ମଚାରୀଙ୍କୁ ମିଳିବ କଡ଼ା ଦଣ୍ଡ, ବେଙ୍ଗାଲୁରୁ ପୋଲିସ କମିଶନର ଦେଲେ ଚେତାବନୀ

ଉତ୍ତରପ୍ରଦେଶରେ ପୋଲିସ କର୍ମଚାରୀ ଏବଂ ଅଧିକାରୀମାନେ ୟୁନିଫର୍ମ ପିନ୍ଧି ସୋସିଆଲ ମିଡିଆରେ ରିଲ୍ସ ତିଆରି କରିବାକୁ ବାରଣ କରାଯାଇଛି । ୟୁପି ପରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ପୋଲିସ ବିଭାଗକୁ ୟୁନିଫର୍ମରେ ରିଲ୍ସ ତିଆରି କରିବାକୁ ନେଇ ଚେତାବନୀ ଦିଆଯାଇଛି । ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ ଏହି ଚେତାବନୀ ଦେଇଛନ୍ତି ।
ସୂଚନା ମୁତାବକ, ବେଙ୍ଗାଲୁରୁ ପୋଲିସ କମିଶନର ପୋଲିସ କର୍ମଚାରୀମାନଙ୍କୁ ୟୁନିଫର୍ମରେ ରିଲ୍ସ ତିଆରି କରିବା ଏବଂ ଡ୍ୟୁଟିରେ ଥିବାବେଳେ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଏପରି କରିବା ପୋଲିସ ବିଭାଗକୁ ଅସମ୍ମାନିତ କରିଥାଏ । କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ଚେତାବନୀ ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ।
ପୋଲିସ୍ କମିଶନର କହିଛନ୍ତି ଯେ ୟୁନିଫର୍ମରେ ‘ରିଲ୍ସ’ ତିଆରି କରିବା କେବଳ ଭୁଲ ନୁହେଁ ବରଂ ବିଭାଗର ନିୟମ ବିରୁଦ୍ଧ ମଧ୍ୟ ହେଉଛି । ପୋଲିସ ହେଉଛି ସମାଜର ଏକ ଅଂଶ, ତେଣୁ ଏହା ମଧ୍ୟ ସ୍ୱାଭାବିକ ଯେ ସେମାନଙ୍କ ମଧ୍ୟରେ କିଛି ତ୍ରୁଟି ମଧ୍ୟ ଦେଖାଯାଏ । ତେଣୁ ପୋଲିସ କର୍ମଚାରୀମାନେ ସୋସିଆଲ ମିଡିଆରେ ରିଲ୍ସ ତିଆରି କରିବା ଠାରୁ ଦୂରରେ ରହିବା ଉଚିତ୍ ।
ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ କହିଛନ୍ତି, ନିକଟରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୟୁନିଫର୍ମରେ ରିଲ୍ସ, ସର୍ଟ ଏବଂ ଭିଡିଓ ତିଆରି କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏହା ବିଭାଗ ପାଇଁ ଭଲ ନୁହେଁ । ଏହା ସହିତ ବେଙ୍ଗାଲୁରୁ ପୋଲିସ ସୋସିଆଲ ମିଡିଆ ୟୁନିଟକୁ ମଧ୍ୟ ପୋଲିସର ରିଲ୍ସ ଉପରେ ନଜର ରଖିବାକୁ କହିଛନ୍ତି । ଯଦି ଏପରି ଆଗକୁ ମଧ୍ୟ ଜାରି ରହିଲା, ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି ।