ବେଙ୍ଗାଳୁରୁରେ ବର୍ଷା ବିତ୍ପାତ : ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ‌ଯୋଗାଇ ଦିଆଯାଇଛି ଡଙ୍ଗା ଓ ଟ୍ରାକ୍ଟର

ବେଙ୍ଗାଳୁରୁରେ ବର୍ଷା ବିତ୍ପାତ। ଲଗାତାର ବର୍ଷା ହେବା ଫଳରେ ବେଙ୍ଗାଳୁରୁର ବିଭିନ୍ନ ସ୍ଥାନ ମାନଙ୍କରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବେଙ୍ଗାଳୁରୁର ମୋନେକୁଲଲରେ ରହୁଥିବା ଲୋକମାନେ ନିଜ ନିଜ ଆପାର୍ଟମେଣ୍ଟରେ ଫସି ରହିଛନ୍ତି । ଯାହାଫଳରେ ସେମାନଙ୍କୁ ଏବେ ଉଦ୍ଧାର କାର୍ଯ୍ଯ ଚାଲିଛି । ଏଥି ସହିତ ଏଚ ଏଲ, ମରଥଲି, ଇକୋ ପ୍ସେସ ସମେତ ବିଭିନ୍ନ ସ୍ଥାନରେ ଲୋକମାନେ ଫସିରହିଛନ୍ତି । ଆଜି ଓଡ଼ିଶା ୟୁଥ ପକ୍ଷରୁ ବୋଟ ଯୋଗେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।

ଏପରିକି ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଫିସ୍‌ ଓ ସ୍କୁଲ୍‌-କଲେଜ୍‌ରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଓ ଟ୍ରାକ୍ଟର ‌ଯୋଗାଇ ଦିଆଯାଇଛି। ଏହି ବର୍ଷ‌ାରେ ରେନ୍‌ବୋ ଡ୍ରାଇଭ୍‌ ଲେଆଉଟ୍‌, ସନି ବୁକ୍ସ ଲେଆଉଟ୍‌ ଓ ସାର୍ଜାପୁର ରୋଡ୍‌ର କିଛି ରାସ୍ତା ଖୁବ୍‌ ଜୋର୍‌ରେ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ସାଙ୍ଘାତିକ ଟ୍ରାଫିକ ଜାମ ଲାଗିରହେ। ଆଉ ଅଫିସ ଯାଉଥିବା କର୍ମଚାରୀ ରାସ୍ତାରେ ଘଣ୍ଟା ଘଣ୍ଟା ଫସି ରୁହନ୍ତି। ଏମିତି ବିପର୍ଯ୍ୟସ୍ତ ପରିବହନ ବ୍ୟବସ୍ଥାର ପରିଣାମ ଭୋଗିଛନ୍ତି ଅନେକ ଆଇଟି କମ୍ପାନୀ। ବର୍ଷା ଏବଂ ଟ୍ରାଫିକ ଜାମ କାରଣରୁ କର୍ମଚାରୀ ଅଫିସ ପହଞ୍ଚି ନପାରିବାରୁ ଶହ ଶହ କୋଟି ଟଙ୍କା କ୍ଷତି ଘଟିଛି।

ଭାରତର ପ୍ରମୁଖ ଆଇଟି ହବ୍‌ ବେଙ୍ଗାଲୁରୁରେ ଗତ ଏକ ସପ୍ତାହରୁ ଦୁଇ ସପ୍ତାହ ହେବ ଲଗାତାର ବର୍ଷା ଜାରି ରହିଛି। କର୍ଣ୍ଣାଟକ, ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ ବେଙ୍ଗାଲୁରୁରେ ୮୨୦ ମିଲିମିଟର ବର୍ଷା ହୋଇଛି। ଏଥିରେ ୨୭ ଜିଲ୍ଲାର ୧୮୭ ଗାଁ ପ୍ରଭାବିତ ହୋଇଛି। ଟିକେ ବର୍ଷା ହେଲେ ବେଙ୍ଗାଳୁରୁ ସଡକ ପାଣିରେ ଭରିଯାଏ। ହଜାର ହଜାର ସଂଖ୍ୟାରେ ଯାନବାହାନକୁ ଅଣ୍ଟାଏ ଲେଖାଏଁ ପାଣିରେ ଯିବାକୁ ପଡିଥାଏ। ଆଉ କିଛି ସ୍ଥାନରେ ଏମିତି ସ୍ଥିତି ଉପୁଜେ ଯେ, ଲୋକେ କାର ଛାଡି ବାଇକରେ ଯିବାକୁ ବାଧ୍ୟ ହୋଇଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.