ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି, ବାହାର କରାଗଲା ପ୍ରୋଷ୍ଟେଟ
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାତାର ସ୍ୱାସ୍ଥ୍ୟ ବିଗିଡିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ହୋଇଛି । ଅପରେସନ୍ ସଫଳ ହୋଇଛି ଏବଂ ପ୍ରୋଷ୍ଟେଟକୁ ବାହାର କରାଯାଇଛି । ନେତାନ୍ୟାହୁ ଡାକ୍ତରଖାନାରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍, ଯିଏକି ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ଅଛନ୍ତି, ସେ ବର୍ତ୍ତମାନ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ ।
ଇସ୍ରାଏଲର ସରକାରୀ କାର୍ଯ୍ୟାଳୟ ଅନୁଯାୟୀ, ନେତାନ୍ୟାହୁ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।
୭୫ ବର୍ଷୀୟ ନେତାନ୍ୟାହୁ ଦୁନିଆର ନେତାମାନଙ୍କ ମଧ୍ୟରେ ସର୍ବାଧିକ ବୟସର । ନେତାନ୍ୟାହୁଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ୮୨ ବର୍ଷ, ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୭୮ବର୍ଷ, ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ୭୯ ବର୍ଷ ଏବଂ ପୋପ ଫ୍ରାନ୍ସିସଙ୍କୁ ୮୮ ବର୍ଷ ।
ନେତାନ୍ୟାହୁଙ୍କୁ ନିକଟରେ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବାକୁ ପଡିଥିଲା । ଲଗାତାର ଯୁଦ୍ଧ ଚାଲିଥିବା ଯୋଗୁଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି ।
ଚଳିତବର୍ଷ ମାର୍ଚ୍ଚରେ ନେତାନ୍ୟାହୁଙ୍କ ହାର୍ଣ୍ଣିଆ ଅପରେସନ ହୋଇଥିଲା । ସେତେବେଳ ମଧ୍ୟ ଇସ୍ରାଏଲର ଉପପ୍ରଧାନମନ୍ତ୍ରୀ ଏବଂ ନ୍ୟାୟ ମନ୍ତ୍ରୀ ୟାରିଭ ଲେଭିନ୍ ଅସ୍ଥାୟୀ ଭାବେ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ସ୍ବାସ୍ଥ୍ୟ ରିପୋର୍ଟ ଜାରି କରିବା ପାଇଁ ଆବଶ୍ୟକ ପ୍ରୋଟୋକଲ ଥିବା ସତ୍ତ୍ବେ ନେତାନ୍ୟାହୁ ୨୦୧୬ ଏବଂ ୨୦୨୩ ଶେଷ ସୁଦ୍ଧା କୌଣସି ରିପୋର୍ଟ ଜାରି କରିନଥିଲେ ।