ଏପରି ସେଲିବ୍ରେଟ କରନ୍ତୁ ଦୀପାବଳି, ଫୁଟାଇବେ ବାଣ କିନ୍ତୁ ହେବ ନାହିଁ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ : ବଢ଼ୁଥିବା ପ୍ରଦୂଷଣକୁ ନଜରରେ ରଖି ସରକାର ରାତି ୧୦ଟା ପରେ ବାଣ ପୁଟାଇବା ଉପରେ ରୋକ ଲଗାଇଛନ୍ତି। ଯଦି ଆପଣ ଏହି ସମୟରେ ରାତି ତମାମ ଦୀପାବଳି ମନାଇବାକୁ ଚାହୁଁଛନ୍ତି ତେବେ ଏହି ରିପୋର୍ଟଟି ଖାସ ଆପଣଙ୍କ ପାଇଁ। ଆଜି ଆମେ ଏପରି କିଛି ମୋବାଇଲ ଆପ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣ ବିନା ପ୍ରଦୂଷଣରେ ବାଣ ଫୁଟାଇବାର ମଜା ଉଠାଇ ପାରିବେ। ଏଥିରେ ଆପଣଙ୍କୁ କୌଣସି ପ୍ରକାରର ରୋକ ମଧ୍ୟ ଲଗାଯିବ ନାହିଁ, ଆପଣ ଇକୋଫ୍ରେଣ୍ଡଲି ଭାବେ ମନାଇପାରିବେ ଦୀପାବଳି। ଆସନ୍ତୁ ଜାଣିବା କିପରି ସ୍ମାର୍ଟ ଉପାୟରେ ଆପଣ ପାଳନ କରିପାରିବେ ଦୀପାବଳି।
ଦୀବାଲି କ୍ରାକର୍ସ ମ୍ଯାଜିକ୍ ଟଚ୍
ଏହି ଆପକୁ ଆପଣ ଗୁଗୁଲ ପ୍ଳେ ଷ୍ଟୋରରୁ ନିଜ ମୋବାଇଲରେ ଡ଼ାଉନଲୋଡ଼ କରିପାରିବେ। ଏହି ଆପରେ ଆପଣ ରକେଟ ଉଡ଼ାଇବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବାଣ ଫୁଟାଇ ପାରିବେ। ଏଥିରେ ବିଭିନ୍ନ ପ୍ରକାରର ଆନିମେସନ ରହିବା ସହ ଭିନ୍ନ ଭିନ୍ନ ପ୍ରକାରର ବାଣର ଶବ୍ଦ ମଧ୍ୟ ରହିଛି ଯାହାକୁ ବିନା ପ୍ରଦୂଷଣରେ ଆପଣ ବ୍ଯବହାର କରିପାରିବେ।
ଦୀବାଲି କ୍ରସ
ଏହି ଆପକୁ ମଧ୍ୟ ଆପଣ ଗୁଗୁଲ ପ୍ଳେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ। ଏହା ଏକ ଗେମ ଆପ ଅଟେ। ଏହି ଆପରେ ଆପଣ ଚକ୍ରି ସହ ଅନ୍ଯାନ୍ଯ ୬ ପ୍ରକାର ବାଣର ମଜା ଉଠାଇପାରିବେ।
ଖାଲି ବାଣ ନୁହଁ ଆପଣ ଦୀପାବଳିର ଶୁଭ ଉତ୍ସବରେ ସାଙ୍ଗସାଥି ତଥା ପରିବାର ବର୍ଗଙ୍କୁ ବିଭିନ୍ନ ପ୍ରକାର ମେସେଜ୍ ଏବଂ ଗ୍ରିଟିଂ କାର୍ଡ଼ ପଠାଇ ଶୁଭେତ୍ସା ଜଣାଇ ପାରିବେ। ଏଥିପାଇଁ ଆପଣ ଦିବାଲୀ ଏସଏମଏସ ଆପର ବ୍ଯବହାର କରିପାରିବେ। ଏଥିରେ ଆପଣଙ୍କୁ ଲାଟେଷ୍ଟ ମେସେଜ୍, ଷ୍ଟାଟସ୍ ଏବଂ ଗ୍ରିଟିଂ ଆଦି ମିଳିବ।