ପେନସନ୍ ମାମଲାରେ ଭାରତର ସ୍ଥାନ କେଉଁଠି?

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପେନସନ୍ ବ୍ୟବସ୍ଥାରେ ଭାରତ ରହିଛି ସବୁଠୁ ପଛରେ, ପ୍ରଥମରେ ରହିଛି ଏହି ଦେଶ!

ଅବସର ସମୟରେ ଯେପରି ସହଜ ଓ ସୁବିଧା ରେ ଜଣେ ଚଳିପାରିବ , ନିଜ ଗୁଜୁରାଣ ମେଣ୍ଟାଈ ପାରିବ ସେଥିପାଇଁ ସରକାର ପେନ୍ସନ ବ୍ୟବସ୍ଥା କୁ ଲାଗୁ କରିଛନ୍ତି। ସବୁ ଦେଶରେ ପେନସନ୍ ସ୍କିମ୍ ଭିନ୍ନ ଭିନ୍ନ ରହିଥାଏ। ଖାସ କରି ସରକାରୀ ଚକାରିଆ ଙ୍କ ପେନ୍ସନ ସୁବିଧା ଆଗରୁ ଥିଲେ ବି ପରେ ପ୍ରାଇଭେଟ କର୍ମଚାରୀ ଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଗଲା । ତେବେ ପେନସେନ ତ କାହିଁ କେତେ ସମୟରୁ ଲାଗୁ ହୋଇ ସାରିଛି। ଆଉ ସମସ୍ତ କର୍ମଚାରୀ ଏହାର ଫାଇଦା ବି ପାଉଛନ୍ତି। ତେବେ ବି କଣ ଆପଣ ଜାଣିଛନ୍ତି ଏହି ପେନ୍ସନ ନିୟମ ରେ ଭାରତ ର ସ୍ଥାନ କେଉଁଠି? ଦୁନିଆରେ ଏମିତି ଏକ ଦେଶ ଅଛି ଯାହା ବିଶ୍ବରେ ସବୁଠୁ ବେଷ୍ଟ ପେନସନ୍ ସ୍କିମ୍ ନିଜ କର୍ମଚାରୀଙ୍କୁ ଦିଏ।

ଆର୍ଥିକ ରୋଜଗାର କରିବାବେଳେ ଅବସର ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍। ସେଥିପାଇଁ ସଂଚୟ ହେଉଛି ମୁଖ୍ୟ। ତେଣୁ ଏଥିପାଇଁ ପେନ୍ସନ ର ସୁବିଧା ଆରମ୍ଭ ହୋଇଛି। ଅନ୍ୟ ସମସ୍ତ ଜରୁରୀ କାମ ବିଭିନ୍ନ ଋଣ ମାଧ୍ୟମରେ ହୋଇପାରିବ, କିନ୍ତୁ ଅବସର ପରେ ଖର୍ଚ୍ଚ ପାଇଁ କୌଣସି ଋଣରେ କାମ ଚାଲିବ ନାଇଁ । ଅବସର ପରେ ପେନସନ୍ ଯୋଜନା ସ୍ଥିରତା ଏବଂ ଆର୍ଥିକ ସୁରକ୍ଷା ଯୋଗାଇଥାଏ। ଏହା ଏକ ପ୍ରକାର ବୀମା ଯାହା ଅବସର ପାଇଁ ଟଙ୍କା ଦେଇଥାଏ। ଯାହାକି ପ୍ରତି ମାସ ରେ ଘରକୁ ଦରମା ରୂପେ ଆସିଥାଏ।

ଏହାକୁ ଅନ୍ୟ ଉପାୟରେ କହିବାକୁ ଗଲେ ବର୍ତମାନ ଆୟର ଏକ ଅଂଶ କୁ ଅନ୍ୟ ଏକ ସ୍ଥାନରେ ସଞ୍ଚୟ କରିବା। ଅବସରପ୍ରାପ୍ତ ଲୋକଙ୍କୁ ଏକ ସମ୍ମାନଜନକ ଏବଂ ସ୍ଥିର ଆର୍ଥିକ ଭବିଷ୍ୟତ ଯୋଗାଇବା ପାଇଁ ପେନସନ୍ ବହୁତ ଗୁରୁତ୍ୱପୂର୍ଣ୍ଣ।

ତେବେ ଗ୍ଲୋବାଲ୍ ପେନସନ୍ ସିଷ୍ଟମ୍ ଅନୁଯାୟୀ ଆଇସଲ୍ୟାଣ୍ଡରେ ଦୁନିଆର ସର୍ବୋତ୍ତମ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି` ଆସନ୍ତୁ ଜାଣିବା ଏହା ବିଷୟରେ ..

ଆଇସଲ୍ୟାଣ୍ଡ ପେନସନ୍ ଯୋଜନା
ଆଇସଲ୍ୟାଣ୍ଡର ପେନସନ୍ ଯୋଜନା ଗ୍ରେଡ୍ ଏ ମାନ୍ୟତା ପାଇଛି । ୮୪.୭ ସ୍କୋର ସହିତ ଶୀର୍ଷ ରେ ରହଛି । ସେହିପରି ପ୍ରଭାବଶାଳୀ ପେନସନ୍ ଯୋଜନା ଥିବା ଦେଶମାନଙ୍କ ମଧ୍ୟରେ ନେଦରଲ୍ୟାଣ୍ଡ ୮୪.୬ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

ପେନସନ୍ ସିଷ୍ଟମ ର଼୍ୟାଙ୍କିଙ୍ଗରେ ଭାରତ କେଉଁଠାରେ ଅଛି?

ଗ୍ଲୋବାଲ୍ ପେନସନ୍ ସିଷ୍ଟମର ଚାର୍ଟାର୍ଡ ଆନାଲିଷ୍ଟମାନେ ଭାରତକୁ ୪୧ତମ ସ୍ଥାନରେ ରଖି ଡି ଗ୍ରେଡ୍ ଦେଇଛନ୍ତି। ପବ୍ଲିକ୍ ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଦେଶର ୮୫% କର୍ମଚାରୀ ପେନସନ୍ ବ୍ୟବସ୍ଥା ପାଇପାରୁ ନାହାଁନ୍ତି। ପେନସନଭୋଗୀଙ୍କ ପାଇଁ ଅର୍ଥର ଏକମାତ୍ର ଅପସନ ହେଉଛି ଅନ୍ୟାନ୍ୟ ଆୟ।

ଆମେରିକା ୨୬ % ଭେଟେରାନ ଏବଂ ୫୭ % ବରିଷ୍ଠ ନାଗରିକ କୌଣସି ପ୍ରକାର ପେନସନ ଗ୍ରହଣ କରନ୍ତି ନାହିଁ। ଯେଉଁମାନେ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି ସେମାନେ ବାର୍ଷିକ ଦେୟ ଗ୍ରହଣ କରନ୍ତି। ବିଶ୍ୱ ପେନସନ୍ ରିପୋର୍ଟ ୨୦୨୨ରେ ଆମେରିକା ୨୦ତମ ସ୍ଥାନରେ ରହିଛି। ଆକଳନ କରାଯାଇଛି ଯେ ବିଶ୍ବର ୬୫% ଲୋକ ପର୍ଯ୍ୟାପ୍ତ ପେନସନ୍ ସହିତ ଅବସର ନେଉନାହାଁନ୍ତି।

ବର୍ତ୍ତମାନ ଭାରତପରେ ପୁରୁଣା ପେନସନ୍ ବା Old Pension Scheme ସମ୍ପର୍କ ରେ ଅନେକ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ବହୁ ରାଜ୍ୟରେ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହୋଇସାରିଛି।

ଏଥି ସହିତ କେନ୍ଦ୍ର ସରକାର ନିକଟରେ ମଧ୍ୟ ଏକ ବଡ଼ ଅପଡେଟ ଜାରି କରିଥିଲେ ଅନେକ ରାଜ୍ୟରେ ପୁରୁଣା ପେନସନ୍ ଲାଗୁ କରିବାର ଦାବି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ କେନ୍ଦ୍ର ସରକାର କିଛି ମନୋନୀତ କେନ୍ଦ୍ରୀୟ କର୍ମଚାରୀଙ୍କୁ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଗ୍ରହଣ କରିବି ପାଇଁ ଏକ ସୁଯୋଗ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.