ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଫୋନ୍ ଚାର୍ଜ କରୁଛନ୍ତି କି? ଚୋରି ହୋଇପାରେ ଆପଣଙ୍କ ଡାଟା, ପରାମର୍ଶ ଦେଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ : ସାବଧାନ ! ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଫୋନ୍ ଚାର୍ଜ କରୁଛନ୍ତି କି ? ଚୋରି ହୋଇପାରେ ଆପଣ ମୋବାଇଲ୍‌ରେ ଥିବା ଡାଟା । ସର୍ବସାଧାରଣ ସ୍ଥାନରେ ଫୋନ୍ ଚାର୍ଜ ନକରିବା ପାଇଁ ପରାମର୍ଶ ଦେଇଛି ଦିଲ୍ଲୀ ପୋଲିସ । ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ଏପରି କିଛି ଘଟଣା ଘଟୁଥିବା ସାମ୍ନାକୁ ଆସିଛି ।

chargeଏୟାରପୋର୍ଟ, ବ୍ୟାଙ୍କରେ ଥିବା ମୋବାଇଲ୍ ପୋର୍ଟ ଆଦି ସ୍ଥାନରେ ଫୋନ୍ ଚାର୍ଜ ନକରିବା ପାଇଁ କୁହାଯାଇଛି । ହ୍ୟାକରମାନେ ମୋବାଇଲ୍‌ରୁ ଡାଟା ଚୋରି କରିବା ସହ ସ୍ପାଏେଓ୍ଵର ଲୋଡ୍ କରିଦେଉଛନ୍ତି । ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରି ଦେଉଉଛନ୍ତି । ଇ-ମେଲ୍‌ର ପାସଓ୍ଵାଡ୍ ବଦଳାଇ ଦେଉଛନ୍ତି ।

ତେଣୁ ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଫୋନ୍ ଚାର୍ଜ କରିବାକୁ ହେଲେ ଆପଣ ସାଥିରେ ନେଇଥିବା ଚାର୍ଜରରେ ଚାର୍ଜ କରନ୍ତୁ । ସାଥିରେ ପାଓ୍ଵାର ବ୍ୟାଙ୍କ ନିଅନ୍ତୁ କିମ୍ବା ଚାର୍ଜ କଲା ବେଳେ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦିଅନ୍ତୁ । ଏସ୍‌ବିଆଇ ମଧ୍ୟ ଗ୍ରାହକମାନଙ୍କୁ ଏକ ଆଡଭାଇଜରି ଜାରି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.