ଆଜି ଭବାନିପୁର ରେଜଲ୍ଟ , ପଶ୍ଚିମବଙ୍ଗର ଏହି ଆସନରେ ବାଜି ଲାଗିଛି ଦିଦିଙ୍କ ସମ୍ମାନ

କୋଲକତା: ଆଜି ଭବାନିପୁର ରେଜଲ୍ଟ। ପଶ୍ଚିମବଙ୍ଗର ଏହି ଆସନରେ ବାଜି ଲାଗିଛି ଦିଦିଙ୍କ ସମ୍ମାନ। କାରଣ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଦିଦିଙ୍କୁ ଭବାନୀପୁର ହାତେଇବାକୁ ପଡ଼ିବ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ଵାଲଙ୍କ ସହ ମମତାଙ୍କ ମଧ୍ୟରେ ହୋଇଛି ହାଇଭୋଲଟେଜ୍‌ ମୁକାବିଲା ।

ଗତ ୩୦ ତାରିଖରେ ଭବାନିପୁରରେ ହୋଇଥିଲା ଭୋଟିଂ। ଉଭୟ ବିଜେପି ଏବଂ ଟିଏମସି ଭବାନୀପୁର ବିଜୟ ଦାବି କରୁଛନ୍ତି । ମମତା ବାନାର୍ଜୀ ୫୦ ହଜାର ଭୋଟରେ ଜିତିବେ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ମମତାଙ୍କୁ ହରାଇବା କଥା କହିଛି । ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.