କି କଳି କାଳ ହେଲାରେ ବାବା! ରାତି ଅଧରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଦିଅର ସହ ଭାଉଜ ଫେରାର

ପ୍ରେମିକ ସହ ପ୍ରେମିକା ଫେରାର ହେବା କିଛି ନୂଆ କଥା ନୁହେଁ। ପରିବାର ଲୋକ ବିବାହ ପାଇଁ ରାଜି ନ ହେଲେ ଏବେ ପ୍ରାୟ ଝିଅ ପୁଅ ଘରୁ ଫେରାର ହୋଇ ବିବାହ କରୁଛନ୍ତି। ଏଭଳି ମାମଲା ଏବେ ଅତି ସାଧାରଣ ହୋଇଗଲାଣି। କିନ୍ତୁ କରୋନା ସ୍ଥିତିରେ ଏହି ମାମଲା ଟିକେ କମିଯାଇଥିବା ବେଳେ ଏବେ ପୁଣି ଥରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଥକର ଘରୁ ନୁହେଁ ବରଂ କ୍ୱାରେନ୍‌ଣ୍ଟାଇନ୍‌ ସେଣ୍ଟରରୁ ଦିଅର ସହ ଫେରାର ହୋଇଛନ୍ତି ଭାଉଜ।

Groom's Father and Bride's Mother Elope Before Their Children's Wedding!

ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଘଟଣାଟି ଛତିଶଗଡ଼ର ବିଳାସପୁରର। ଏଠାରେ ଏକ ଶ୍ରମିକ ପରିବାର ଲକ୍ଷ୍ମୌରୁ ବିଳାସପୁର ଫେରିଥିଲେ। ସେମାନଙ୍କୁ ଗାଁର ଏକ ସ୍କୁଲରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ମାତ୍ର ଏଠାରୁ ଦୁଇ ଜଣ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପଚରାଉଚରା ପରେ ଜଣାଯାଇଥିଲା ଯେ ଫେରାର ହୋଇଥିବା ଦୁହେଁ ଦିଅର ଓ ଭାଉଜ।

The Times Of India on Twitter: "UP's first: Visitors can log ...

ଏହାକୁ ଏକ ପ୍ରେମଜନିତ ମାମଲା ଦର୍ଶାଇ ଗ୍ରାମ ପଞ୍ଚାୟତର ସଚିବ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ମାମଲା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଥାନା ଅଧିକାରୀ ରବୀନ୍ଦ୍ର ଯାଦବ ମାମଲାର ଯାଞ୍ଚ କରୁଛନ୍ତି। ତଦନ୍ତ ଶେଷ ହେବା ପରେ ସତ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି।

Leave A Reply

Your email address will not be published.