ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର, ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି କହିଲେ ପ୍ରଧାନମନ୍ତ୍ରୀ

ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ୟୁନେସ୍କୋ ଏହାର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ୭୪ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ସଂଗ୍ରହ ଯୋଡିଛି । ଏଥିରେ ସାମିଲ ରହିଛି ଭଗବତ ଗୀତା ଏବଂ ନାଟ୍ୟଶାସ୍ତ୍ର ।
ଏହି ଉପଲବ୍ଧି ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଏହି ରେଜିଷ୍ଟର ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ ସଂରକ୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସ୍ଥାନ ମିଳିଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ଦିନ ।’
A proud moment for every Indian across the world!
The inclusion of the Gita and Natyashastra in UNESCO’s Memory of the World Register is a global recognition of our timeless wisdom and rich culture.
The Gita and Natyashastra have nurtured civilisation, and consciousness for… https://t.co/ZPutb5heUT
— Narendra Modi (@narendramodi) April 18, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ଦେଶବାସୀଙ୍କୁ ଶୁଭେଚ୍ଛା । ଭାରତୀୟଙ୍କ ପାଇଁ ଆଜି ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି । ଏପରି କରାଯିବା ଅନନ୍ତ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତି ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ସମାନ ।”
ସୂଚନାଯୋଗ୍ୟ, ୨୦୨୩ ମେରୁ ଏବେ ଯାଏଁ ୪୯୪ ଅଭିଲେଖ ୟୁନେସ୍କୋରେ ସାମିଲ କରାଯାଇଛି । ନାଟ୍ୟ ଶାସ୍ତ୍ର ହେଉଛି ପ୍ରଦର୍ଶନ କଳା ଉପରେ ଏକ ପ୍ରାଚୀନ ଗ୍ରନ୍ଥ । ଏହା ଦୀର୍ଘ ଦିନ ଧରି ଭାରତର ବୌଦ୍ଧିକ ଏବଂ ସାଂସ୍କୃତିକ ପରିଚୟର ଏକ ପ୍ରମୁଖ ସ୍ତମ୍ଭ ହୋଇ ରହିଛି ।
Also Read : ଅପେକ୍ଷାର ଖବୁଶୀଘ୍ର ହେବ ଅନ୍ତ ! କୈଳାଶ ମାନସରୋବର ଯାତ୍ରା ହେବ ଆରମ୍ଭ