ପଞ୍ଜାବ : ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁପରେ ମିଳିବ ୧ କୋଟି ଟଙ୍କାର କ୍ଷତିପୂରଣ: ଘୋଷଣା କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ : ପଞ୍ଜାବରେ ପୋଲିସକୁ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିଛନ୍ତି ଆମ୍ ଆଦମୀ ପାର୍ଟି (AAP) ସରକାର। ବର୍ତ୍ତମାନ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁପରେ ପରିବାରକୁ ମିଳିବ ୧ କୋଟି ଟଙ୍କାର କ୍ଷତିପୂରଣ। ଏହା ବ୍ୟତୀତ ପୋଲିସ କଲ୍ୟାଣ ପାଣ୍ଠିକୁ ପୂର୍ବରୁ ୧୦ କୋଟି ଦିଆଯାଉଥିବା ବେଳେ ଏହାକୁ ବୃଦ୍ଧି କରି ୧୫ କୋଟି କରାଯାଇଛି । ପଞ୍ଜାବରେ ପ୍ରଥମ ଥର ପାଇଁ ୨୩ ହଜାର ପୋଲିସ କର୍ମଚାରୀଙ୍କୁ ସମ୍ବୋଧିତ କରି ସିଏମ ଭଗବନ୍ତ ମନ ଏହି ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ପଠାନକୋଟରେ ହୋଇଥିବା ରାଲିରେ AAP ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପୋଲିସ କର୍ମଚାରୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଥିଲେ।

ସିଏମ୍ ମାନ କହିଛନ୍ତି ଯେ ରାଜ୍ୟରେ ପୋଲିସର କାର୍ଯ୍ୟରେ କୌଣସି ରାଜନୈତିକି ହସ୍ତକ୍ଷେପ ହେବ ନାହିଁ। ସେ ନିଜର କର୍ତ୍ତବ୍ୟକୁ ଏକ ବୃତ୍ତିଗତ ଢ଼ଙ୍ଗରେ ଅଖଣ୍ଡତା ଏବଂ ଉତ୍ସର୍ଗୀକୃତ କରିବା ଉଚିତ୍ । ଜନସାଧାରଣଙ୍କ ସହ ଭଲ ବ୍ୟବହାର କରିବାକୁ ସେ ପୋଲିସକୁ କହିଛନ୍ତି। ମାନ କହିଛନ୍ତି ଯେ ପୋଲିସର କାମ ଚ୍ୟାଲେଞ୍ଜ ଏବଂ କଠିନ ଅଟେ। ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଲୋକଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥାଏ ।

ଏହା ମଧ୍ୟ ସିଏମ ମାନ କହିଛନ୍ତି ଯେ ଅପରାଧୀ ଉପରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଉଚିତ । ଗ୍ୟାଙ୍ଗଷ୍ଟର, ଡ୍ରଗ୍ସ, ଆତଙ୍କବାଦ, ବେଆଇନ ଖଣି ଏବଂ ଦୁର୍ନୀତି ବିରୋଧରେ କୌଣସି ଅପରାଧୀ ଯେପରି ପୋଲିସ ନଜରରୁ ବର୍ତ୍ତି ନଯାଏ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ, ସିଏମ୍ ଏ, ଭେନୁପ୍ରସାଦ, ମୁଖ୍ୟ ସଚିବ, ଗୃହ ବିଭାଗ ଅନୁରାଗ ଭର୍ମା ଏବଂ ଡିଜିପି ଭି.କେ ଭବ୍ରା ଉପସ୍ଥିତ ଥିଲେ। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ପୋଲିସ୍ କର୍ମଚାରୀମାନେ ଏକ ଭର୍ଚୁଆଲ୍ ମୋଡ଼ରେ ଉପସ୍ଥିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.