ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୁର ଆକ୍ରମଣ, LOCରେ ଗୁଳିକାଣ୍ଡରେ ୭ ଭାରତୀୟ ମୃତ

ପହଲଗାମ ଆକ୍ରମଣ ପରେ ଭାରତ ’ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ’ଅପରେସନ ସିନ୍ଦୁର’ ଆକ୍ରମଣ ପରେ ଏଲଓସି ଉପରେ ଗୁଳିଚାଳନା କରିଥିଲା ପାକିସ୍ତାନ । ଗୁଳିକାଣ୍ଡରେ ୭ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଭାରତୀୟ ସେନା ଏହାର ମଧ୍ୟ କଡ୍ଡା ଜବାବ ଦେଇଛି ।

ପହଲଗାମ ଆକ୍ରମଣ ପରେ ଭାରତ ବଦଲା ନେବାକୁ ଯାଇ ପାକିସ୍ତାନର ଗୋଟିଏ ବଡ ଏୟାରଲୋଇନ୍ସ ଉପରେ ଆକ୍ରମଣ କରିଥିଲା । ଏହା ବ୍ୟତୀତ ପାକ୍ ର ୯ଟି ସ୍ଥାନରେ ବୋମା ପକାଇଛି ଭାରତ । ଭାରତର ଏହି ଆକ୍ରମଣକୁ ’ଅପରେସନ ସିନ୍ଦୁର’ର ନାମ ଦିଆଯାଇଛି ।

ଅନ୍ୟପଟେ ପାକିସ୍ତାନ ଭାରତ ଉପରେ ଲଗାତାର ୧୨ ଦିନ ଧରି ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟ ଚଲାଇଥିଲା । ପାକିସ୍ତାନର ଗୁଳିଚାଳନାରେ ୩ଜଣ ସାଧାରଣ ଲୋକଙ୍କ ପ୍ରାଣ ଚାଲିଯାଇଥିଲା । ଯାହାର ଉଚିତ୍ ଜବାବ ଦେବାକୁ ଯାଇ ଭାରତୀୟ ସେନା ୧୫ ଦିନ ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଛି । ଆକ୍ରମଣ ପାଇଁ ଦାୟୀ ଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଭାରତୀୟ ସେନା ଏହି ଅପରେସନକୁ ସଠିକତାର ସହିତ କାର୍ଯ୍ୟ  କରିଛି । ଟାର୍ଗେଟ କରାଯାଇଥିବା ୯ଟି ସ୍ଥାନକୁ ଭାରତ ସଫଳତାର ସହିତ  ଆକ୍ରମଣ କରିପାରିଛି । କିନ୍ତୁ ପାକିସ୍ତାନର କୌଣସି ସାଧାରଣ ନାଗରିକଙ୍କର କ୍ଷୟକ୍ଷତି କରାଯାଇନାହିଁ ।

Also Read : ମଧ୍ୟ ରାତିରେ ପାକିସ୍ତାନ ଉପରେ ଭାରତର ‘ଅପରେସନ ସିନ୍ଦୂର’ ଆରମ୍ଭ : ୯୦ ଆତଙ୍କବାଦୀଙ୍କ ମୃତ୍ୟୁ, ବହୁ ଆହତ