ଦେଶର ପ୍ରଥମ ନାଜାଲ ଭ୍ୟାକସିନ ୨୬ ଜାନୁଆରୀରେ ହେବ ଲଞ୍ଚ, ଭାରତ ବାୟୋଟେକ୍‌ ଚେୟାରମ୍ୟାନ୍‌ ଦେଲେ ସୂଚନା

ଦେଶରେ ଆସନ୍ତା ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ ଟିକା। ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଆଜି କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଚୀନରେ କରୋନା ମହାମାରୀ ବଢୁଥିବା ଦେଖି ଭାରତ ସରକାରଙ୍କ ତରଫରୁ ଗତବର୍ଷ ଡିସେମ୍ବର ୨୩ରେ ଏହାକୁ ମଞ୍ଜୁରୀ ମିଳିଥିଲା ।

ଭୋପାଳରେ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଗଣତନ୍ତ୍ର ଦିବସରେ ଏହି ନାଜାଲ ଟିକାକୁ ଲଞ୍ଚ କରାଯିବ । ସେ କହିଛନ୍ତି ଯେ, ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacInd କୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ।

ଏହି ଭ୍ୟାକସିନର ନାମ iNCOVACC ରହିଛି । ଏହାର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ।
ତେବେ ସରକାରୀ ସ୍ତରରେ ଏହି ଭ୍ୟାକସିନର ଦାମ୍ ୩୨୫ ଟଙ୍କା ରହିଛି । କିନ୍ତୁ ଏବେ ଏହା କେବଳ ଘରୋଇ ହସପିଟାଲରେ ଉପଲବ୍ଧ ହେବ। ଏହି ଭ୍ୟାକସିନର ନାମ୍ BBV 154 ରହିଛି।

ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ ଏହାକୁ ନେଇପାରିବେ । ଯେ କେହି କୋଭାକ୍ସିନ କିମ୍ବା କୋଭିସିଲଡ୍ ଟିକା ନେଇଛନ୍ତି ସେମାନେ ଇନ୍କୋଭାକ୍କୁ ବୁଷ୍ଟର ଡୋଜ୍ ଭାବେ ନେଇ ପାରିବେ। ଯେଉଁମାନେ ବୁଷ୍ଟର ଡୋଜ ନେଇଛନ୍ତି, ସେମାନେ ଏହାକୁ ନେବା ଦରକାର ନାହିଁ ।

କେମିତି ନେବେ ନାଜାଲ ଭ୍ୟାକସିନ୍ :

ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଡ୍ରପ ପକାଇ ଭ୍ୟାକସିନର ବୁଷ୍ଟର ଡୋଜ ଭାବେ ନେଇପାରିବେ। ଭ୍ୟାକସିନର ୨-୨ ଡ୍ରପ ନାକ ପୁଡାରେ ପକାଯିବ। ଏହି ଭ୍ୟାକସିନ ନେବାର କୌଣସି ପ୍ରକାରର ଯନ୍ତ୍ରଣା ହେବ ନାହିଁ । ପ୍ରଥମେ ବେସରକାରୀ ହସ୍ପିଟାଲ ମାନଙ୍କରେ ଏହି ଭ୍ୟାକ୍ସିନ ଉପଲବ୍ଧ ହେଉଛି । ବହୁ ଲୋକ ଇଞ୍ଜେକ୍ସନ ନେବାକୁ ଭୟ କରିଥାନ୍ତି । ତେଣୁ ନାଜଲ ଭ୍ୟାକ୍ସିନକୁ ଅତି ସହଜରେ ନାକରେ ପକାଇ କରୋନାରୁ ସୁରକ୍ଷା ପାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.