ଲୋକସଭା କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ, ଆରମ୍ଭ ହେବ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ

ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ତାଙ୍କୁ ଶପଥ କରାଇଛନ୍ତି ।

କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ ଭର୍ତ୍ତୃହରି ମହତାବ । ଆଜିଠୁ ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି । ପରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅନ୍ୟ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଓଡ଼ିଶାର ସାଂସଦମାନେ ଶପଥ ନେବେ । ଏଥର ଓଡ଼ିଶାରୁ ୨୧ ଲୋକସଭା ଆସନରୁ ୨୦ଟି ଆସନ ଜିତିଛି ବିଜେପି । ଜୁନ୍ ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚିତ ହେବେ । ୨୭ ତାରିଖରେ ରାଜ୍ୟସଭାର ୨୬୪ତମ ଅଧିବେଶନ ଆରମ୍ଭ ହେବ । ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ସଂସଦର ସ୍ବତନ୍ତ୍ର ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଜୁଲାଇ ୩ ତାରିଖ ଯାଏ ଚାଲିବ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ଗୃହ ବେଶ ସରଗରମ ହେବ । ଶପଥ ଉତ୍ସବକୁ ଇଣ୍ଡିଆ ଆଲାଏନ୍ସ ବିରୋଧ କରିଛି ।

 

You might also like