ଆମ୍‌ ଆଦ୍‌ମୀ ପାର୍ଟିରେ ସାମିଲ ହେଲେ ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଶୁକ୍ରବାର ଦିଲ୍ଲୀରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆପ୍‌ ସାଂସଦ ସଞ୍ଜୟ ସିଂ ଉପସ୍ଥିତ ଥିଲେ। ସେ କହିଥିଲେ କି, ସମ୍ଭାବନା ସେଠ୍‌ ଆମ ସହିତ ଅଛନ୍ତି, ଯିଏ ୪୦୦ରୁ ଅଧିକ ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି। ବିଗ୍‌ ବସ୍‌ର ଗୋଟିଏ ନୁହେଁ, ଦୁଇଟି ସିଜନ୍‌ରେ ସେ ସାମିଲ ହୋଇଥିଲେ। ‘ଆଶିକୀ ତେରୀ ମେରୀ’ ସହିତ ୨୫ରୁ ଅଧିକ ହିନ୍ଦୀ ଫିଲ୍ମରେ ସେଠ୍‌ କାମ କରିଛନ୍ତି।

ସାଂସଦ କହିଛନ୍ତି ଯେ ଆମ୍‌ ଆଦ୍‌ମୀ ପାର୍ଟି ତିନି ଥର ଦିଲ୍ଲୀରେ ସରକାର ଗଢ଼ିଛି। ପାର୍ଟି ଯେଉଁ କାମ ଚଳିତ ବର୍ଷ କରିଛି, ସେଥିରେ ପ୍ରଭାବିତ ହୋଇ ସମ୍ଭାବନା ଦଳରେ ସାମିଲ ହୋଇଛନ୍ତି। ସେପଟେ ସମ୍ଭାବନା ସେଠ୍‌ ଆପ୍‌ରେ ସାମିଲ ହେବା ପରେ କହିଛନ୍ତି, ‘ମୁଁ ଡ୍ୟାନ୍ସିଂଠାରୁ ଅଲଗା ରାଜନୀତି ଉପରେ କହିବି। ଏହା ମୋ ସ୍ୱଭାବରେ ଥିଲା। କିନ୍ତୁ ମୋତେ ଜଣା ନ ଥିଲା ଯେ ମୁଁ ଏମିତି କରିପାରିବି କି ନାହିଁ। ଆପ୍‌ରେ ସାମିଲ ହେବା ପରେ ମୋ ହାତ ଥଣ୍ଡା ପଡ଼ିଯାଇଛି। ରାଜନୀତିର ଭାଷା ମୋତେ କହିବା ଆସେ ନାହିଁ, କିନ୍ତୁ କିଛି ଭଲ କରିବାକୁ ମୁଁ ଚାହୁଁଛି’।

ସମ୍ଭାବନା ଆହୁରି କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଓ ଆପ୍‌ ନେତା ସଞ୍ଜୟ ସିଂଙ୍କ ସହ ତାଙ୍କର ଭେଟ ହୋଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି କ’ଣ କରୁଛି, ଏହା କାହାକୁ ଜଣାଇବା ଆବଶ୍ୟକ ନାହିଁ। ସେ ଦାବି କରିଥିଲେ କି, ନିକଟରେ ସେ କାହାକୁ ଦିଲ୍ଲୀରେ ମାଗଣାରେ ଆଖି ଚିକିତ୍ସା କରାଉଥିବାର ଦେଖିବାକୁ ପାଇଥିଲେ। ମାଗଣା କହିବା ବହୁତ ସହଜ ହୋଇଥାଏ, କିନ୍ତୁ ଏମିତି କରିବା ବହୁତ କଠିନ ହୋଇଥାଏ ବୋଲି ସମ୍ଭାବନା କହିଥିଲେ।

Leave A Reply

Your email address will not be published.