‘ଏକଚ୍ଛତ୍ରବାଦୀ ପୁଟିନ୍‌ ୟୁକ୍ରେନ୍‌ରେ ଗଣହତ୍ୟା କରିଛନ୍ତି’: ଜୋ ବାଇଡେନ

କେନ୍ୟୁଜ୍(ବ୍ୟୁରୋ): ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ପ୍ରତିପକ୍ଷ ଜୋ ବାଇଡେନଙ୍କ କଡା ସମାଲୋଚନା । ୟୁକ୍ରେନରେ ଗଣହତ୍ୟା ହୋଇଛି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍‌ । ପ୍ରଥମଥର ଏଭଳି ଗଣହତ୍ୟା କଥା ଉଠାଇଛନ୍ତି ବାଇଡେନ୍‌ । ‘ଏକଚ୍ଛତ୍ରବାଦୀ ପୁଟିନ୍‌ ୟୁକ୍ରେନ୍‌ରେ ଗଣହତ୍ୟା କରିଛନ୍ତି’ ବୋଲି ଖୋଲାଖୋଲି କହିଛନ୍ତି ବାଇଡେନ । ପୂର୍ବରୁ ପୁଟିନ ଯୁଦ୍ଧ ଅପରାଧ କରିିଥିବା କହିଥିଲେ ଆମେରିକା ରାଷ୍ଟ୍ରପତି ।

ବାଇଡେନ୍‌ଙ୍କ ଗଣହତ୍ୟା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ୟୁକ୍ରେନ୍‌ରେ ଗଣହତ୍ୟା ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ବାଇଡେନ୍‌ ପୂରା ଠିକ୍‌ କହିଛନ୍ତି ବୋଲି ଜେଲେନ୍‌ସ୍କି କହିଛନ୍ତି । ଏଥିସହ ଭାରି ଅସ୍ତ୍ରଶସ୍ତ୍ର ମାଗିଛନ୍ତି ଜେଲେନ୍‌ସ୍କି । ‘ଅସ୍ତ୍ରଶସ୍ତ୍ର ମିଳିଲେ ରୁଷ୍‌ ଅତ୍ୟାଚାର ବନ୍ଦ କରିଦେବୁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଦୃଢକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.