ଏରିକ୍‌ ଗାରସେଟି ହେଲେ ଭାରତରେ ଆମେରିକା ରାଷ୍ଟ୍ରଦୂତ, ନା ଘୋଷଣା କଲେ ଜୋ ବାଇଡେନ୍

ଆମେରିକା: ଏରିକ୍‌ ଗାରସେଟି ହେଲେ ଭାରତରେ ଆମେରିକା ରାଷ୍ଟ୍ରଦୂତ । ଲସ ଆଞ୍ଜେଲସର ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ଆମେରିକା ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ନାଁ ଘୋଷଣା କରିଛନ୍ତି । ମେୟର ଏରିକ୍‌ ଗାରସେଟି ଲସ ଆଞ୍ଜେଲସରେ ବିକାଶକୁ ଦ୍ରୁତ ଗତିରେ ନେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାସହ କରୋନା ମହାମାରୀ ସମୟରେ ଲସ ଆଞ୍ଜେଲସରେ ବଡ଼ ବଡ଼ ପଦକ୍ଷେପ ସବୁ ନେଇଥିଲେ ।

ସହରରେ ଟ୍ରାଫିକ ସମସ୍ୟା ଦୂର କରିବା, ଭୁମିକମ୍ପ ପ୍ରତିରୋଧ କୋଠ ନିର୍ମାଣ ଭଳି କାର୍ଯ୍ୟ କରି ବେଶ ଚର୍ଚ୍ଚାରେ ରହିଛନ୍ତି ଏରିକ୍‌ ଗାରସେଟି । ବିଶ୍ୱର ସର୍ବ ପୁରାତନ ଏବଂ ସର୍ବବୃହତ ଗଣତନ୍ତ୍ର ମଧ୍ୟରେ ସମ୍ପର୍କ ମଜଭୁତ କରିବା ଲାଗି କାମ କରିବାକୁ ବଡ ଉତ୍ସାହ ରହିଛି । ଜଣେ କାର୍ଯ୍ୟକର୍ତ୍ତା, ଶିକ୍ଷକ, ନୌସେନା ଅଧିକାରୀ ପରେ ଜଣେ ରାଷ୍ଟ୍ରଦୁତ ଭାବେ ସଠିକ୍‌ ଭାବେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ୫୦ ବର୍ଷୀୟ ଏରିକ୍‌ ଗାରସେଟି ୨୦୧୩ରୁ ଲସ ଆଞ୍ଜେଲସର ମେୟର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.