ବାଂଲାଦେଶରେ ଭୟଙ୍କର ବିସ୍ଫୋରଣ! କଣ୍ଟେନର ଡିପୋରେ ନିଆଁ ଲାଗି ୩୩ ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ

ବାଂଲାଦେଶର ଚଟଗାଁରେ ଶନିବାର ରାତିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ସୀତାକୁଣ୍ଡା ଉପଜିଲ୍ଲାରେ ଏକ ଘରୋଇ ଇନ୍‌ଲ୍ୟାଣ୍ଡ କଣ୍ଟେନର ଡିପୋ (ICD)ରେ ବିସ୍ଫୋରଣ ଘଟି ପ୍ରାୟ ୩୩ ଜଣଙ୍କ ମୃତ୍ୟୁ ଘଠିଛି। ଏଥିରେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ସୂଚନା ମୁତାବକ, ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ସକାଳ ୧୦ଟା ସୁଦ୍ଧା ନିଆଁକୁ ଆୟତ୍ତ କରିବା ସମ୍ଭବପର ନ ଥିଲା।

ଆହତଙ୍କ ମଧ୍ୟରୁ ପ୍ରାୟ ୩୫୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ଶବଗୃହରେ ରଖାଯାଇଛି। ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

ପୋଲିସ ସୂତ୍ରରୁ ଜଣାପଡ଼ିଛି କି, ରାତି ପାଖାପାଖି ୯ଟା ବେଳେ କଣ୍ଟେନର ଡିପୋରେ ନିଆଁ ଲାଗି ଯାଇଥିଲା। ଯେତେବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା, ତ ସେହି ସମୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା ଏବଂ ନିଆଁ ଚତୁର୍ଦ୍ଦିଗକୁ ବ୍ୟାପି ଯାଇଥିଲା। ତେବେ ଆଶଙ୍କା କରାଯାଉଛି ଯେ କଣ୍ଟେନର ଡିପୋରେ କେମିକାଲ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି।

bangla2
photo: aajtak

ରାତି ପାଖାପାଖି ୯ଟା ବେଳେ ନିଆଁ ଲାଗିଥିବା ବେଳେ ୧୧ଟା ୪୫ ମିନିଟ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଗୋଟିଏ କଣ୍ଟେନରରେ କେମିକାଲ ଥିବା କାରଣରୁ ଗୋଟିଏ ପରେ ଗୋଟିଏ ସମସ୍ତ କଣ୍ଟେନରକୁ ନିଆଁ ବ୍ୟାପି ଯାଇଥିଲା। ପୋଲିସ ସୂଚନା ମୁତାବକ, ବର୍ତ୍ତମାନ ଘଟଣାସ୍ଥଳରେ ୧୯ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ୬ଟି ଆମ୍ବୁଲାନ୍ସ ମଧ୍ୟ ସେଠାରେ ମୁତୟନ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.