ମାତାରାଣୀଙ୍କ ଭକ୍ତଙ୍କ ପାଇଁ ବଡ ଖବର, ବୈଷ୍ଣୋଦେବୀ ଯାତ୍ରା କରୁଥିବା ଭକ୍ତ ନିଶ୍ଚୟ ପଢ଼ନ୍ତୁ

ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶ୍ରଦ୍ଧାଳୁଙ୍କ ବଢ଼ୁଥିବା ସଂଖ୍ୟାକୁ ଧ୍ୟାନରେ ରଖି ଜମ୍ମୁ-କାଶ୍ମୀର ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ କୋଟାକୁ ବୃଦ୍ଧି କରାଯାଇ ପ୍ରତିଦିନ ୫୦୦ କରିଦିଆଯାଇଛି। ଏହି ନିୟମ ଆଗାମୀ ଆଦେଶ ଯାଏଁ ଜାରି ରହିବ। ସେହିପରି ବିଶେଷ ପୂଜା ଅନଲାଇନ ବୁକିଂ ଜରିଆରେ ଆରମ୍ଭ କରିଦିଆଯାଇଛି।

ଏହି ସମ୍ପର୍କରେ ଶ୍ରୀ ମାତା ବୈଷ୍ଣୋ ଦେବୀ ସାଇନ ବୋର୍ଡର ମୁଖ୍ୟ କାଯ୍ୟର୍କାରୀ ଅଧିକାରୀ କହିଛନ୍ତି ଯେ ବିଶେଷ ପୂଜା ଶ୍ରଦ୍ଧାଳୁଙ୍କ ପାଇଁ ବୁକିଙ୍ଗ୍‌ ଅନଲାଇନ୍‌ ମାଧ୍ୟମରେ ଆରମ୍ଭ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ସମସ୍ତେ ନିର୍ଦ୍ଧାରିତ ଏସ.ଓ.ପିକୁ ପାଳନ କରୁଛନ୍ତି।

Leave A Reply

Your email address will not be published.