ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ବଡ଼ ଖୁଲ୍ଲାସା: କାର୍‌ ତଳେ ଅଞ୍ଜଳି ସିଂ ଘୋଷାଡି ହେଉଥିବା ଅଭିଯୁକ୍ତମାନେ ଜାଣିଥିଲେ

ଦିଲ୍ଲୀ(କେନ୍ୟୁଜ୍):  ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ବଡ଼ ଖୁଲ୍ଲାସା । ଅଭିଯୁକ୍ତମାନେ ଜାଣିଥିଲେ କାର୍‌ ତଳେ ଫସି ଅଛନ୍ତି ଅଞ୍ଜଳି ସିଂ । ତାଙ୍କ କାର୍‌ ତଳେ ସେ ଘୋଷାଡି ହେଉଥିବା ସେମାନେ ଜାଣିଥିଲେ । ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ଏକଥା ମାନିଛନ୍ତି । ଭୟରେ କାର୍‌କୁ ଦ୍ରୁତ ଗତିରେ ଚଳାଇ ଚମ୍ପଟ ମାରିଥିଲେ । ଗାଡ଼ିରୁ ଖସି ପଡ଼ିଲେ ସେମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେବ ଭାବି ସମସ୍ତେ ଡରି ଯାଇଥିଲେ ବୋଲି ପୋଲିସକୁ କହିଛନ୍ତି । ଏଥିପାଇଁ କାର୍‌କୁ ଏଣେତେଣେ ବୁଲାଇଥିଲେ ।

ପୂର୍ବରୁ ସେମାନେ ଜୋରରେ ମ୍ୟୁଜିକ୍‌ ବାଜୁଥିବା ଜାଣି ପାରି ନଥିଲା କହିଥିଲେ । ଯାହାର ସତ ଏବେ ସାମନାକୁ ଆସିଛି । ନୂଆବର୍ଷ ଭୋର ସମୟରେ ଅଞ୍ଜଳି ସିଂହ ନାମକ ମହିଳା ତାଙ୍କର ଜଣେ ବନ୍ଧୁଙ୍କ ସହ ପାର୍ଟିରୁ ଫେରୁଥିବା ସମୟରେ ବାଟରେ ତାଙ୍କୁ କାର୍‌ ଧକ୍କା ଦେଇଥିଲା । କାର୍‌ ଧକ୍କା ଦେବା ପରେ ସେ କାର୍‌ ଚକା ତଳେ ଲାଖି ଯାଇଥିଲେ ଏବଂ ପ୍ରାୟ ୧୨ କିମି ପର୍ଯ୍ୟନ୍ତ କାର୍‌ ତାଙ୍କୁ ଘୋଷାଡ଼ି ନେବାରୁ ହୃଦୟବିଦାରକ ମୃତ୍ୟୁ ହୋଇଥିଲା । ଘଟଣା ସମୟରେ ଅଞ୍ଜଳିଙ୍କ ସହିତ ଥିବା ତାଙ୍କ ବନ୍ଧୁ ଏହା ଦେଖି ମଧ୍ୟ କାହାକୁ କିଛି ନଜଣାଇ ଘରକୁ ପଳାଇଥିଲେ । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.