ଜେଲରୁ ମୁକୁଳିଲେ ବିହାରର ବାହୁବଳୀ ନେତା ତଥା ପୂର୍ବ ସାଂସଦ ଆନନ୍ଦ ମୋହନ, ଭୋର ୪ଟାରେ କଏଦୀ ଜୀବନରୁ ମିଳିଲା ମୁକ୍ତି
ବିହାରର ବାହୁବଳୀ ନେତା ତଥା ପୂର୍ବ ସାଂସଦ ଆନନ୍ଦ ମୋହନ ଜେଲରୁ ମୁକୁଳିଛନ୍ତି । ଭୋର ୪ଟା ସମୟରେ ଜେଲରୁ ମୁକୁଳିଛନ୍ତି ଆନନ୍ଦ । ତତ୍କାଳୀନ ଜିଲ୍ଲାପାଳ କୃଷ୍ଣୈୟାଙ୍କୁ ହତ୍ୟା କରିବା ଅଭିଯୋଗରେ ହୋଇଥିଲା ଜେଲ ।
ଜେଲରୁ ମୁକୁଳିଲେ ବାହୁବଳୀ ନେତା ତଥା ପୂର୍ବ ସାଂସଦ ଆନନ୍ଦ ମୋହନ । ପ୍ରାୟ ୧୫ ବର୍ଷ ଜେଲ୍ରେ ରହିବା ପରେ ଆଜି ମୁକୁଳିଛନ୍ତି ଆନନ୍ଦ ମୋହନ । ଭୋର ପ୍ରାୟ ସାଢ଼େ ୪ଟାରେ ଆନନ୍ଦ ମୋହନ ଜେଲରୁ ମୁକୁଳିଛନ୍ତି। ତାଙ୍କ ସମେତ ଆଉ ୨୬ ଜଣ ବି ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିଛନ୍ତି। ଆନନ୍ଦ ଭୋରୁ ଚେଲରୁ ମୁକୁଳିଯାଇଥିବା ବେଳେ ସମର୍ଥକ ମାନେ ସକାଳେ ଆସି ପହଞ୍ଚିଥିଲେ । ହେଲେ ସେମାନେ ନିରାଶ ହୋଇ ଘରକୁ ଫେରିଥିଲେ ।
ନିଜ ପୁଅର ନିର୍ବନ୍ଧ ପାଇଁ ଆନନ୍ଦ ମୋହନ ୧୫ ଦିନ ପାଇଁ ପାରୋଲରେ ଥିବା ବେଳେ ଗତକାଲି ସହରସା ଜେଲକୁ ଫେରିଥିଲେ। ଏହାପରେ ଆଜିଠୁ ତାଙ୍କୁ କଏଦୀ ଜୀବନରୁ ମୁକ୍ତି ମିଳିଛି।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦ ମୋହନଙ୍କୁ ଭୋରରୁ ଜେଲରୁ ବାହାର କରାଯାଇଛି। ତେବେ ଆନନ୍ଦ ମୋହନ ମୁକ୍ତି ହେବା ନେଇ ତାଙ୍କ ପ୍ରଶଂସକ ବେଶ୍ ଖୁସି ଥିବା ସହ ତାଙ୍କୁ ସ୍ୱାଗତ କରିବାକୁ ବଡ଼ ବଡ଼ ପୋଷ୍ଟର ମାରିଛନ୍ତି।
ଜେଲରୁ ମୁକ୍ତି ପାଇବା ପରେ ଆନନ୍ଦ ମୋହନ କହିଛନ୍ତି, ଜୀ କୃଷ୍ଣୈୟାଙ୍କ ହତ୍ୟା ଘଟଣା ତାଙ୍କ ପରିବାର ସମେତ ମୋ ପରିବାରକୁ ମଧ୍ୟ ବରବାଦ କରି ଦେଇଛି।
ଆନନ୍ଦ ମୋହନ ଜେଲରୁ ମୁକୁଳିବାରୁ ଜୀ କୃଷ୍ଣୈୟାଙ୍କ ପରିବାର ଏଥିରେ ଆଦୌ ଖୁସି ନାହାନ୍ତି। ରାଜ୍ୟ ସରକାର ନିଜ ସ୍ୱାର୍ଥ ପାଇଁ ଜଣେ ଅପରାଧୀକୁ ଜେଲରୁ ମୁକୁଳାଇଥିବା ସେମାନେ ଅଭିଯୋଗ କରିଛନ୍ତି।
Bihar | Gangster-turned-politician Anand Mohan Singh released from Saharsa jail today, confirms a jail official.
Bihar government had recently amended the prison rules allowing the release of 27 convicts including him. He was serving a life sentence in the 1994 murder of then… pic.twitter.com/1W8fiIm4hN
— ANI (@ANI) April 27, 2023
ସୂଚନାଯୋଗ୍ୟ, ୧୯୯୪ ମସିହାରେ ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଜି କୃଷ୍ଣୈୟାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ଆନନ୍ଦ ମୋହନ । ୨୦୦୭ ମସିହାରେ ବିହାରର ଏକ ତଳ କୋର୍ଟ ଆନନ୍ଦ ମୋହନ ସିଂହଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ତେବେ ୨୦୦୮ରେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। ହାଇକୋର୍ଟଙ୍କ ରାୟକୁ ୨୦୧୨ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଫଳରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆନନ୍ଦ ମୋହନ ଜେଲରେ ରହିଥିଲେ।
ଆନନ୍ଦ ମୋହନ କେଉଁ କେସରେ କାଟିଥିଲେ ସଜା :
– ଡିସେମ୍ବର ୪ ତାରିଖ ୧୯୯୪ରେ ଛୋଟନ ଶୁକ୍ଲାର ହତ୍ୟା ( ଆନନ୍ଦ ମୋହନ ପାର୍ଟିର ନେତା ଥିଲେ ଛୋଟନ ଶୁକ୍ଲା)
– ଡିସେମ୍ବର ୫ରେ ମୁଜଫରନଗରରେ ଜୋରଦାର ହଙ୍ଗାମା
– ଭିଡ ଉସୁକାଇବା
– ଜିଲ୍ଲାପାଳ କୃଷ୍ଣୈୟାଙ୍କ ଗାଡିକୁ ଆକ୍ରମଣ
– ପ୍ରଥମ ପିଟିଲେ, ତା’ ପରେ ଗୁଳିକରି ହତ୍ୟା