ନୂଆଦିଲ୍ଲୀ : ରାଜ୍ୟସଭା ଯିବା ଖବର ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ନୀତୀଶ ଏହାକୁ ନେଇ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଗତ ଦୁଇ ଦଶକରୁ ଅଧିକ ସମୟ ଆପଣମାନେ ନିଜର ବିଶ୍ବାସ ଏବଂ ସମର୍ଥନକୁ ମୋ ସହିତ ରଖିଛନ୍ତି । ଏହି ବଳରେ ଆମେ ବିହାରର ତଥା ଆପଣ ସମସ୍ତଙ୍କର ସମ୍ପୂର୍ଣ୍ଣ ନିଷ୍ଠାର ସହ ସେବା କରିଛୁ । ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନର ଶକ୍ତି ହିଁ ଥିଲା ଯେ ବିହାର ଆଜି ବିକାଶ ଏବଂ ସମ୍ମାନର ଏକ ନୂତନ ଆୟାମ ପ୍ରସ୍ତୁତ କରୁଛି । ଏଥିପାଇଁ ପୂର୍ବରୁ ମଧ୍ୟ ମୁଁ ଅନେକ ଥର ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି ।
ସଂସଦୀୟ ଜୀବନ ଆରମ୍ଭ କରିବା ସମୟରୁ ହିଁ ମୋ ମନରେ ଏକ ଇଚ୍ଛା ଥିଲା ଯେ ମୁଁ ବିହାର ବିଧାନ ମଣ୍ଡଳର ଉଭୟ ସଦନ ସହିତ ସଂସଦର ମଧ୍ୟ ଉଭୟ ସଦନର ସଦସ୍ୟ ହେବି । ଏହି କ୍ରମରେ ଏଥର ହେଉଥିବା ନିର୍ବାଚନରେ ମୁଁ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି ।
ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ବିଶ୍ୱାସ ଦେବାକୁ ଚାହୁଁଛି ଯେ, ଆପଣଙ୍କ ସହିତ ମୋର ଏହି ସମ୍ପର୍କ ଭବିଷ୍ୟତରେ ମଧ୍ୟ ରହିବ ଏବଂ ଆପଣଙ୍କ ସହ ମିଶି ଏକ ବିକଶିତ ବିହାର ଗଠନ କରିବାର ସଂକଳ୍ପ ପୂର୍ବପରି କାଏମ ରହିବ । ଯେଉଁ ନୂତନ ସରକାର ଗଠନ ହେବ, ତାଙ୍କୁ ମୋର ସମ୍ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ମିଳିବ ।
ଅନ୍ୟପଟେ ନୀତୀଶଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି ଜେଡିୟୁ ସଦସ୍ୟ ଓ ସମର୍ଥକ ।
पिछले दो दशक से भी अधिक समय से आपने अपना विश्वास एवं समर्थन मेरे साथ लगातार बनाए रखा है, तथा उसी के बल पर हमने बिहार की और आप सब लोगों की पूरी निष्ठा से सेवा की है। आपके विश्वास और समर्थन की ही ताकत थी कि बिहार आज विकास और सम्मान का नया आयाम प्रस्तुत कर रहा है। इसके लिए पूर्व में…
— Nitish Kumar (@NitishKumar) March 5, 2026
Also Read : ନେପାଳରେ ଆଜି ସାଧାରଣ ନିର୍ବାଚନ, ମଇଦାନରେ ଅଛନ୍ତି ୧୨୦ରୁ ଅଧିକ ଦଳ