ଛଟ୍ ପୂଜା ପାଇଁ ପ୍ରସାଦ ରାନ୍ଧିବା ବେଳେ ଫାଟିଲା ସିଲିଣ୍ଡର, ୩୦ରୁ ଉର୍ଦ୍ଧ୍ୱ ଜୀବନ୍ତ ଦଗ୍ଧ

ବିହାରର ଔରଙ୍ଗାବାଦରେ ସିଲିଣ୍ଡର ବିସ୍ଫୋରଣ। ଏହି ଘଟଣାରେ ୨୫ରୁ ୩୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଜୁରୁତର ରହିଛନ୍ତି। ରାତି ୨.୩୦ ମିନିଟ୍ ସମୟରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣର ସୂଚନା ପାଇଥିବା ପୋଲିସ ଦଳର ୭ ଜଣ କର୍ମଚାରୀ ମଧ୍ୟ ନିଆଁ ଲିଭାଇବା ପ୍ରକ୍ରିୟାରେ ଜଳିଯାଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।
ଔରଙ୍ଗାବାଦର ଶାହାଗଞ୍ଜ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ଅନିଲ ଗୋସ୍ୱାମୀଙ୍କ ଘରେ ଛଟ ପୂଜା ପାଇଁ ପ୍ରସାଦ ତିଆରି କରାଯାଉଥିଲା। ଛଟ୍ ପୂଜା ପାଇଁ ତାଙ୍କ ଘଣକୁ ଅନେକ ବନ୍ଧୁ ବାନ୍ଧବ ମଧ୍ୟ ଆସିଥିଲେ। ପ୍ରସାଦ ତିଆରି ସମୟରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେତୁ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ମାତ୍ରେ ପଡୋଶୀ ଲୋକମାନେ ମଧ୍ୟ ନିଆଁ ଲିଭାଇବାକୁ ପହଞ୍ଚିଥିଲେ। ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ସମୟରେ ସୂଚନା ପାଇବା ପରେ ନଗର ପୋଲିସ ଷ୍ଟେସନର ପାଟ୍ରୋଲିଂ ଟିମ୍ ମଧ୍ୟ ସେଠାରେ ପହଞ୍ଚି ପୋଲିସ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୭ ଜଣ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୨୫ ଜଣ ଲୋକ ଜଳି ଯାଇଥିଲେ। ସେମାନଙ୍କର ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Aurangabad, Bihar| Injuries reported after fire broke out in a shop y’day, no casualties reported yet
We were preparing for Chhath puja, my wife was making meals. A sudden fire broke out at my shop after a cylinder there exploded. My family members were injured: Anil, Shopkeeper pic.twitter.com/ej0Dh31qj8
— ANI (@ANI) October 29, 2022
ପୋଲିସ ଏ ଘଟଣାର ଯାଞ୍ଚ କରୁଛି। ତେବେ ଅନୀଲ ଗୋସ୍ୱାସୀ କହିଛନ୍ତି, ଗ୍ୟାସ୍ ଫାଟିବା ଯୋଗୁଁ ଏହି ନିଆଁ ଲାଗିଛି। ଅନୀଲ ଗୋସ୍ୱାମୀ ହେଉଛନ୍ତି ଜଣେ ଦୋକାନୀ। ଏହି ଘଟଣାରେ ତାଙ୍କ ପରିବାରର ଅନେକ ଲୋକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆଉ ଯେଉଁମାନେ ଏହି ଘଟଣାରେ ଗୁରୁତର ଅଛନ୍ତି, ସେମାନଙ୍କୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
Also Read : ଓଲଟିପଡିଥିବା ଗାଡିରୁ ତେଲ ଚୋରି କରିବା ପଡିଲା ମହଙ୍ଗା; ବାସନରେ ତେଲ ଭରିବା ବେଳେ ଫାଟିଲା ଟାଙ୍କି, ଉଡିଲା କଙ୍କାଳ