ବିହାରରେ ସମାନ ସଂଖ୍ୟକ ସିଟ୍‌ରେ ଲଢିବେ ବିଜେପି-ଜେଡିୟୁ

ବିହାର (କେନ୍ୟୁଜ୍) : ୨୦୧୯ ନିର୍ବାଚନରେ ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ସିଟରେ ନିର୍ବାଚନ ଲଢିବେ । ଏ ନେଇ ଉଭୟ ଦଳ ରାଜି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଅନ୍ୟ ସହଯୋଗୀ ଦଳଙ୍କୁ ମଧ୍ୟ ଆବଶ୍ୟକ ସିଟ୍ ଆବଣ୍ଟନ କରାଯିବ ବୋଲି ଅମିତ ଶାହ କହିଛନ୍ତି । ବିହାରରେ ୪୦ ଲୋକସଭା ଆସନ ରହିଛି । ବିହାରରେ ବିଜେପି ଓ ଜେଡିୟୁ ସହ ରାମବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ଓ ଉପେନ୍ଦ୍ର କୁଶବାହଙ୍କ ରାଷ୍ଟ୍ରିୟ ଲୋକ ସମତା ପାର୍ଟି ସହ ମେଣ୍ଟ ରହିଛି । ଚର୍ଚ୍ଚା ହେଉଥିଲା ଆସନ ବଣ୍ଟାକୁ ନେଇ ଲୋକଜନଶକ୍ତି ପାର୍ଟି ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଅମିତ ଶାହା କହିଛନ୍ତି, ବିହାରରେ ମେଣ୍ଟ ସୁରକ୍ଷିତ ଅଛି ।