ବିହାରରେ ଆଜି ନୀତୀଶ ସରକାରର ଶକ୍ତି ପରୀକ୍ଷା, କରିବେ ଆସ୍ଥା ଭୋଟର ସାମ୍ନା
ବିହାରରେ ଆଜି ନୀତୀଶ ସରକାରର ଶକ୍ତି ପରୀକ୍ଷା । ଆସ୍ଥା ଭୋଟର ସାମନା କରିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାପୂର୍ବରୁ ଆସିବ ଅନାସ୍ଥା ପ୍ରସ୍ତାବ। ଆଜି ଆସ୍ଥା ଭୋଟ ପୂର୍ବରୁ ବିଧାନସଭା ବାଚସ୍ପତି ଅୱଧ ନାରାୟଣ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ ।

ବିହାର(କେନ୍ୟୁଜ): ବିହାରରେ ଆଜି ନୀତୀଶ ସରକାରର ଶକ୍ତି ପରୀକ୍ଷା । ଆସ୍ଥା ଭୋଟର ସାମନା କରିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାପୂର୍ବରୁ ଆସିବ ଅନାସ୍ଥା ପ୍ରସ୍ତାବ। ଆଜି ଆସ୍ଥା ଭୋଟ ପୂର୍ବରୁ ବିଧାନସଭା ବାଚସ୍ପତି ଅୱଧ ନାରାୟଣ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ । ଜେଡିୟୁ ମହାମେଣ୍ଟରୁ ବାହାରି ବିଜେପି ସହ ମିଶି ସରକାର ଗଢିବା ପରେ ବାଚସ୍ପତିଙ୍କ ଇସ୍ତଫା ଦାବି କରିଥିଲା ।
କିନ୍ତୁ ଇସ୍ତଫା ଦେବାକୁ ମନା କରିଥିଲେ ଅୱଧ ଚୌଧୁରୀ। ଆସ୍ଥା ଭୋଟ ପରିଚାଳନା ଭାର ରହିବ ଆରଜେଡି ବିଧାୟକ ତଥା ବାଚସ୍ପତି ଅୱଧ ନାରାୟଣ ଚୌଧୁରୀଙ୍କ ହାତରେ । ତେଣୁ ନୀତୀଶଙ୍କ ଅଗ୍ନି ପରୀକ୍ଷା ଉପରେ ସମସ୍ତଙ୍କର ନଜର ରହିଛି । ବିହାର ବିଧାନସଭାରେ ମୋଟ୍ ଆସନ ସଂଖ୍ୟା ୨୪୩ ।
ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏନଡିଏ ମେଣ୍ଟ ପାଖରେ ଅଛନ୍ତି ୧୨୮ ବିଧାୟକ । ତେଣୁ ଆସ୍ଥା ପରୀକ୍ଷାରେ ନୀତୀଶ କୁମାର ପାସ୍ ହେବାରେ ସମସ୍ୟା ନାହିଁ । ଅନ୍ୟପଟେ ବିରୋଧୀ ଦଳ ପାଖରେ ୧୧୪ ବିଧାୟକ ଅଛନ୍ତି । ତେଣୁ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ପଲଟୁରାମ ନୀତୀଶ କୁମାର ଓ ବିଜେପିକୁ ପାନେ ଦେବାକୁ ରଣନୀତି କରିଛନ୍ତି । ନିଜ ନିଜ ବିଧାୟକଙ୍କୁ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରିଛନ୍ତି ସବୁ ଦଳ ।