ନକଲି କେଶ ପିନ୍ଧି ଲୁଚାଇଥିଲେ ସତ, ଚନ୍ଦା ବୋଲି ଜାଣିବାରୁ ବରକୁ ଛେଚିଲେ କନ୍ୟାଘର ଲୋକେ
ମୁଣ୍ଡରେ ନକଲି କେଶ ଲଗାଇ କନ୍ୟାଘରେ ପହଞ୍ଚିଥିଲା ବର। ଦ୍ୱିତୀୟ ବିବାହ କରିବାକୁ ଯାଉଥିଲା ବର ଜଣକ। ହେଲେ ପ୍ରକୃତ ସତ ଯେତେବେଳେ ସାମ୍ନାକୁ ଆସିଥିଲା, ଠିକ୍ ସମୟରେ ସବୁକିଛି ବିଗିଡ଼ି ଯାଇଥିଲା। ବର ଚନ୍ଦା ବୋଲି ଜାଣିବା ପରେ କନ୍ୟାଘର ଲୋକେ ତାତି ଉଠିଥିଲେ। ବରକୁ ଘେରିଯାଇ ନିର୍ଧୁମ୍ ଛେଚିଥିଲେ।

ମୁଣ୍ଡରେ ନକଲି କେଶ ଲଗାଇ କନ୍ୟାଘରେ ପହଞ୍ଚିଥିଲା ବର। ଦ୍ୱିତୀୟ ବିବାହ କରିବାକୁ ଯାଉଥିଲା ବର ଜଣକ। ହେଲେ ପ୍ରକୃତ ସତ ଯେତେବେଳେ ସାମ୍ନାକୁ ଆସିଥିଲା, ଠିକ୍ ସମୟରେ ସବୁକିଛି ବିଗିଡ଼ି ଯାଇଥିଲା। ବର ଚନ୍ଦା ବୋଲି ଜାଣିବା ପରେ କନ୍ୟାଘର ଲୋକେ ତାତି ଉଠିଥିଲେ। ବରକୁ ଘେରିଯାଇ ନିର୍ଧୁମ୍ ଛେଚିଥିଲେ।
ଘଟଣାଟି ବିହାରର ଗୟା ଅଞ୍ଚଳରେ ଘଟିଛି। ବରର ପୋଲ୍ ଖୋଲଯିବା ପରେ କନ୍ୟାଘର ଲୋକେ ତାଙ୍କୁ ଧରି ଖୁବ୍ ପିଟିଥିଲେ। ବର ଜଣକ ଏହି ସମୟରେ ହାତ ଯୋଡ଼ି କାକୁତିମିନତି ହେଉଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିବାକୁ ନ ଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଖବରରୁ ଜଣାପଡ଼ିଛି ଯେ ପ୍ରଥମ ପତ୍ନୀ ଥାଇ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିବାକୁ କନ୍ୟାଘରେ ପହଞ୍ଚିଥିଲେ। ସେଠାରେ ଲୋକମାନେ ବିବାହ ମଣ୍ଡପରେ ହିଁ ବରକୁ ମାଡ଼ ମାରିଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବିବାହ ପାଇଁ ଷ୍ଟେଜ୍ ଉପରେ ଜଣେ ବର ସଜେଇ ହୋଇ ବସିଛନ୍ତି। ଏତିକି ବେଳେ ଜଣେ ବୃଦ୍ଧ ବ୍ୟକ୍ତି ଆସି ବରକୁ ମାଡ଼ ମାରୁଛନ୍ତି।
କୁହାଯାଉଛି କି, ଇକ୍ବାଲ ନଗରର ବାସିନ୍ଦା ଏହି ବ୍ୟକ୍ତି ଜଣକ ପ୍ରକୃତରେ ଚନ୍ଦା। କିନ୍ତୁ ସେ ଦ୍ୱିତୀୟ ବିବାହ କରିବା ପାଇଁ ମୁଣ୍ଡରେ ନକଲି କେଶ ଲଗାଇ ଘୋଡ଼ି ଉପରେ ବସି କନ୍ୟାଘରେ ପହଞ୍ଚିଥିଲେ। ଏପରିକି, ତାଙ୍କର ପ୍ରଥମ ପତ୍ନୀ ଥିବା ମଧ୍ୟ ସେ କନ୍ୟାଘର ଲୋକଙ୍କୁ ଲୁଚାଇଥିଲେ।
କନ୍ୟାଘର ଲୋକେ ସବୁକିଛି ଜାଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ସେମାନେ ବରକୁ ଘେରି ଯାଇ ପିଟାପିଟି ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି।
View this post on Instagram
गया में दूल्हे की पिटाई का वीडियो हुआ वायरल, पहली पत्नी के रहते दूसरी शादी रचाने गया था युवक, जमकर हुई धुनाई, सिर के बाल भी निकले नकली।#GayaNews #Viralvideo #BiharNews pic.twitter.com/B3F9J0VT1X
— Parambir Singh (@ParambirBihar) July 10, 2023