କରୋନା କାଳରେ ଏହି ରାଜ୍ୟ ବଢ଼ାଇଲା ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା, ଏବେ ସମସ୍ତଙ୍କୁ ମିଳିବ ଅଧିକ ୩୦ ହଜାର

କରୋନା ସଙ୍କଟ ମଧ୍ୟରେ ବିହାର ସରକାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦରମା ମୋଟା ଅଙ୍କର ବଢ଼ାଇଛନ୍ତି। ଏହି ସବୁ କର୍ମଚାରୀଙ୍କ ମଧ୍ୟରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଚପରାସୀ ପର୍ଯ୍ୟନ୍ତ ସବୁ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶ ମୁତାବକ ଡାକ୍ତରଙ୍କ ଦରମା ମାସିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ନିର୍ଦ୍ଦେଶ ମୁତାବକ, ସ୍ୱାସ୍ଥ୍ୟ ବିଭାଗର ୩୦ ସ୍ବୀକୃତ ପଦର କର୍ମୀଙ୍କ ଦରମା ବୃଦ୍ଧି କରାଯାଇଛି। ଏହି ରାଶି ମଧ୍ୟରେ ମୂଳ ବେତନ, ମହଙ୍ଗା ଭତ୍ତା ଓ ଅନ୍ୟ ଭତ୍ତା ଆଦି ରହିଛି। ଏଥିସହ ମେଡିକାଲ କଲେଜର ରେସିଡେଣ୍ଟ ବା ଟିଉଟରଙ୍କ ଦରମା ବି ବଢ଼ିଛି।

ବର୍ତ୍ତମାନ ଏକ୍ସରେ ଟେକ୍ନିସିଆନଙ୍କ ଦରମା ୩୨ ହଜାରରୁ ବଢ଼ି ୩୭ ହଜାର, ଅପରେସନ ଥିଏଟର ସହାୟକଙ୍କ ଦରମା ୨୮ ହଜାରରୁ ବଢ଼ି ୩୨ ହଜାର, ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା ୨୨ ହଜାରରୁ ବଢି ୨୫ ହଜାର, ବରିଷ୍ଠ ଡାକ୍ତରଙ୍କ ଦରମା ୭୦ ହଜାରରୁ ବଢ଼ି ୯୫ ହଜାର କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.