ନିଜ ପିଲାଙ୍କୁ ବି କଲେନି ବିଶ୍ୱାସ, ପାଳିତ ହାତୀ ନାଁରେ ଲେଖି ଦେଲେ ଅଧା ସମ୍ପତ୍ତି

କିଛି ଦିନ ତଳେ ଗର୍ଭିଣୀ ହାତୀ ହତ୍ୟା ଘଟଣା ପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଶ ବାସୀଙ୍କ ମନରୁ ଲିଭି ନଥିବା ବେଳେ ବିହାରର ଜଣେ ବ୍ୟକ୍ତିଙ୍କ ପଶୁ ପ୍ରେମ ଏବେ ଚାରି ଆଡେ ଚହଳ ସୃଷ୍ଟି କରିଛି । ବିହାର ବାସିନ୍ଦା ଏହି ବ୍ୟକ୍ତି ଜଣକ ନିଜର ସମସ୍ତ ସମ୍ପତ୍ତି ଦୁଇ ହାତୀଙ୍କ ନାଁରେ କରି ଦେଇଛନ୍ତି । ବିହାର ରାଜଧାନୀ ପାଟଣା ସ୍ଥିତ ସଟେ ଯାନିପୁର ଗ୍ରାମ ନିବାସୀ ତଥା ଐରାବତ ଟ୍ରଷ୍ଟର ମୁଖ୍ୟ ପ୍ରବନ୍ଧକ ୫୦ ବର୍ଷୀୟ ଅଖତାର ଇମାମ ନିଜ ଦ୍ୱାରା ପାଳିତ ଦୁଇ ହାତୀ ମୋତି ଓ ରାଣୀଙ୍କ ନାଁରେ ନିଜର ସମସ୍ତ ସମ୍ପତ୍ତି ସେମାନଙ୍କ ନାଁରେ କରି ଦେଇଛନ୍ତି । କିନ୍ତୁ ଅଖତାରଙ୍କ ଏହି ପଦକ୍ଷେପ ନେଇ ତାଙ୍କୁ ପରିବାର ସଦସ୍ୟଙ୍କ ବିରୋଧର ସାମ୍ନା କରିବାକୁ ପଡିଛି । କିନ୍ତୁ ଏବାବଦରେ ଅଖତାର କହିଛନ୍ତିକି ତାଙ୍କ ଜୀବନ କୁ ସେ ହାତୀ ମାନଙ୍କ ପାଇଁ ସମର୍ପିତ କରି ଦେଇଛନ୍ତି ।

elephant new image

ଏହା ପଛର ରହସ୍ୟ ବି ବଖାଣିଛନ୍ତି । ଅଖତାରଙ୍କ ଅନୁଯାୟୀ ଥରେ ତାଙ୍କ ଉପରକୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଥରେ ଅଖତାର ଶୋଇଥିବା ସମୟରେ ବନ୍ଧୁକ ଧରି କିଛି ଦୁବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଆସିଥିଲେ । ଏହି ସମୟରେ ତାଙ୍କ ପାଳିତ ଦୁଇ ହାତୀ ହିଁ ଅଖତାରଙ୍କ ଜୀବନ ବଞ୍ଚାଇଥିଲେ । ନିଦରୁ ଉଠି ଦେଖନ୍ତିତ ସେହି ଦୁବୃତ୍ତ ମାନେ ହାତୀ ମାନଙ୍କୁ ଡରି ଦୌଡ଼ି ପଳାଇ ଥିଲେ । ଅଖତାରଙ୍କ କାହାଣୀ ବି କିଛିଟା ଅଜବ ଧରଣର । ତାଙ୍କ ଅନୁଯାୟୀ ତାଙ୍କ ପୁଅ ନିଜ ପ୍ରେମିକା ଉପରେ ଦୁଷ୍କର୍ମ ଆରୋପ ଲଗାଇ ତାଙ୍କୁ ବାରମ୍ବାର ଜେଲ ପଠାଇ ସାରିଛି । ଅବଶ୍ୟ ପଛରେ ଏହି ଆରୋପ ଭୁଲ ପ୍ରମାଣିତ ହୋଇଛି । ଅଖତାର ଆହୁରି ମଧ୍ୟ କହିଛନ୍ତିକି, ତାଙ୍କ ପୁଅ ପଶୁ ତସ୍କର ମାନଙ୍କ ସହ ମିଶି ଅନେକ ଥର ତାଙ୍କ ହାତୀ ମାନଙ୍କୁ ବିକ୍ରି କରିବାକୁ ଚେଷ୍ଟା ବି କରିଛି । ଏନେଇ ସେ ଅନେକ ଥର ପୋଲିସ ହାତରେ ଧରା ବି ପଡିଛି । ଏହାକୁ ଆଖି ଆଗରେ ରଖିହିଁ ନିଜର ସମସ୍ତ ସମ୍ପତ୍ତି ଅଖତାର ନିଜ ହାତୀଙ୍କ ନାଁରେ କରି ଦେଇଥିବା କହିଛନ୍ତି ।

ଯଦି ହାତୀଙ୍କର କିଛି ହୁଏ ତେବେ ମୋ ପରିବାର ସଦସ୍ୟଙ୍କୁ କିଛି ହେଲେ ମିଳିବ ନାହିଁ । ହାତୀଙ୍କ ପ୍ରତି ଥିବା ଅହେତୁକ ଦୁର୍ବଳତା କାରଣରୁ ନିଜ ପରିବାର ଠାରୁ ଦୀର୍ଘ ୧୦ ବର୍ଷ ଧରି ଦୁରେଇ ରହିଛନ୍ତି ଅଖତାର । ନିଜ ବଡ଼ ପୁଅ ମେରାଜଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କୁ ନିଜ ସମ୍ପତ୍ତିରୁ ବଂଚିତ କରିଛନ୍ତି ଅଖତାର । ନିଜ ସ୍ତ୍ରୀଙ୍କ ନାଁରେ ନିଜ ସମସ୍ତ ସମ୍ପତ୍ତିର ଅଧା ଭାଗ ଲେଖି ଦେଇଥିବା ବେଳେ ବାକି ଅଧା ଭାଗର ପାଖାପାଖି ୫ କୋଟି ଟଙ୍କା ମୂଲ୍ୟର (ଜମି, କ୍ଷେତ, ଘର)ମୂଲ୍ୟର ସମ୍ପତ୍ତିକୁ ସେ ନିଜ ଦୁଇ ହାତୀଙ୍କ ନାଁ ରେ କରିଛନ୍ତି । ଅଖତାରଙ୍କ ଅନୁଯାୟୀ, ଯଦି ଦୁଇ ହାତୀଙ୍କ ମୃତ୍ୟୁ ଏକା ସାଙ୍ଗରେ ହୋଇଯାଏ ତେବେ ସମସ୍ତ ସମ୍ପତ୍ତି ”ଐରାବତ ଟ୍ରଷ୍ଟ” ହାତକୁ ଚାଲିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.