ବିହାରର ପୂର୍ଣ୍ଣିଆରୁ ସାଂସଦ ପପୁ ଯାଦବଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । କୁହାଯାଉଛି ଯେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ଧମକ ଦେଇଛି । ଧମକ ଦେଇଥିବା ବ୍ୟକ୍ତି ଦାବି କରିଛନ୍ତି କି, ସେ ଲଗାତାର ପପୁ ଯାଦବଙ୍କର ଅନେକ ଠିକଣାର ରେକି କରୁଛନ୍ତି ଏବଂ ତାଙ୍କୁ ଜୀବନରୁ ମାରିଦେବେ । ଏତିକି ନୁହେଁ, ପପୁ ଯାଦବଙ୍କୁ ସଲମାନ ଖାନଙ୍କ ମାମଲାରେ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି ।
ପପୁ ଯାଦବ ବିହାର ଡିଜିପିଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି, ଯେପରି ଏହା ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଧମକ ଦେଇଥିବା ବ୍ୟକ୍ତି ଦାବି କରିଛନ୍ତି, ଲରେନ୍ସ ବିଷ୍ଣୋଇ ଜେଲରେ ପ୍ରତି ଘଣ୍ଟା ୧ ଲକ୍ଷ ଟଙ୍କା ଦେଇ ଜାମର୍ ବନ୍ଦ କରାଇ ପପୁ ଯାଦବଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପପୁ ଯାଦବ ଫୋନ୍ ଉଠାଉ ନାହାନ୍ତି ।
ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ସେ କହିଥିଲେ କି, ଯଦି ଆଇନ ଅନୁମତି ଦିଏ, ତେବେ ୨୪ ଘଣ୍ଟା ଭିତରେ ମୁଁ ଲରେନ୍ସ ବିଷ୍ଣୋଇଙ୍କ ଭଳି ଅପରାଧୀଙ୍କର ପୂରା ନେଟୱାର୍କ ଶେଷ କରିଦେବି ।
ପପୁ ଯାଦବ ବାବା ସିଦ୍ଦିକୀଙ୍କ ହତ୍ୟାକୁ ଲଜ୍ଜାଜନକ ବୋଲି କହିଥିଲେ । ସେ ‘ଏକ୍ସ’ରେ ଲେଖିଥିଲେ ଯେ ‘Y ସିକ୍ୟୁରିଟି ସୁରକ୍ଷାରେ ବାବା ସିଦ୍ଦିକୀଙ୍କ ହତ୍ୟା ମହାରାଷ୍ଟ୍ରରେ ମହାଜଙ୍ଗଲରାଜର ଲଜ୍ଜାଜନକ ପ୍ରମାଣ । ବିହାରର ପୁଅ ବାବା ସିଦ୍ଦିକୀଙ୍କ ହତ୍ୟା ଅତନ୍ତ ଦୁଃଖଦାୟକ’ । ଏହାପରେ ପପୁ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଡକାଇଥିଲେ । ଏହି ସମୟରେ ଯେତେବେଳେ ତାଙ୍କୁ ଲରେନ୍ସ ବିଷ୍ଣୋଇଙ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା, ତ ସେ ରାଗି ଯାଇଥିଲେ । ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।