ଡ୍ୟୁଟି ସମୟରେ ରିଲ୍-ଭିଡିଓ କଲେ ଯାଇପାରେ ଚାକିରି! ସମସ୍ତ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଲା ବିହାର ପୋଲିସ
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାରକୁ ନଜରରେ ରଖି ବିହାର ପୋଲିସ ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛି।
ଆଜିକାଲି ଡ୍ୟୁଟି ସମୟରେ ପୋଲିସ କର୍ମଚାରୀମାନେ ଅତ୍ୟଧିକ ରିଲ୍-ଭିଡିଓ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ନିର୍ଦ୍ଦେଶ ମୁତାବକ, ଯଦି ସେମାନେ ନିୟମ ଉଲ୍ଲଂଘନ କରି ପୁନର୍ବାର ଏହା କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ଏବଂ ସେମାନେ ନିଜ ଚାକିରି ମଧ୍ୟ ହରାଇ ପାରନ୍ତି। ଏ ସମ୍ପର୍କରେ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛି ବିହାର ପୋଲିସ।
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାରକୁ ନଜରରେ ରଖି ବିହାର ପୋଲିସ ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଚେତାବନୀ ଦେଇଛି। ଏହି ପରିପ୍ରେକ୍ଷୀରେ ମେ’ ୧୫ରେ ଏକ ପତ୍ର ଜାରି କରାଯାଇଛି। ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରି ସେଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ ନ କରିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଯଦି କୌଣସି କର୍ମଚାରୀ ଆଦେଶ ଉଲ୍ଲଂଘନ କରନ୍ତି, ତେବେ ସେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ଉତ୍ତରଦାୟୀ ରହିବେ। ଏପରି କି, ଏଥିପାଇଁ ସେ ନିଜର ଚାକିରି ମଧ୍ୟ ହରାଇ ପାରନ୍ତି।
ଚିଠିରେ କୁହାଯାଇଛି ଯେ କିଛି ପୋଲିସ କର୍ମୀ ସାର୍ବଜନୀନ ପ୍ଲାଟଫର୍ମରେ ଅସ୍ତ୍ରଶସ୍ତ୍ର, ଗୋଳା-ବାରୁଦ, ବର୍ଦ୍ଦି ଆଦି ବ୍ୟବହାର କରି ଅତ୍ୟଧିକ ରିଲ୍ ତିଆରି କରୁଛନ୍ତି। ଏହା କେବଳ ଉଲ୍ଲଂଘନ ନୁହେଁ, ବରଂ ଏହା ସେମାନଙ୍କ କାର୍ଯ୍ୟ ଏବଂ ଏକାଗ୍ରତାକୁ ମଧ୍ୟ ପ୍ରଭାବିତ କରୁଛି। ତେଣୁ ନିୟମ ପାଳନ ନ କଲେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସୂଚନାଥାଉ କି, ବିହାର ପୋଲିସ ଏହିପରି ଏକ ଚିଠି ୨୦୨୧ ଜୁନ୍ ୧ରେ ମଧ୍ୟ ଜାରି କରିଥିଲା, କିନ୍ତୁ ଏହା କୌଣସି ପ୍ରଭାବ ପକାଇ ପାରି ନ ଥିଲା।