ଶୁଣିଲେ ହେବେ ଆଶ୍ଚର୍ଯ୍ୟ ; ଶିକ୍ଷକ ହେଲେ ଗର୍ଭବତୀ, ମିଳିଲା ମାଟରନିଟି ଲିଭ୍

ଆଜି କଲି ପ୍ରତିଦିନ କିଛି ନ କିଛି ଅଜବ ଗଜବ ଘଟଣା ସବୁ ଘଟିବାରେ ଲାଗିଛି । ଯାହାକୁ ବିଶ୍ୱାସ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପଡିଲାଣି । ତେବେ ବର୍ତ୍ତମାନ ବିହାର ବୈଶାଳୀ ଜିଲ୍ଲାର ହାଜିପୁରରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣମାନେ ହୁଏତ ବିଶ୍ୱାସ କରିପାରିବେ ନାହିଁ, କିନ୍ତୁ ଏପରି ଘଟଣା ଘଟିଛି । ତେବେ ଘଟଣାଟି ଏହିକି ଯେ ହାଜିପୁରରେ ଥିବା ଏବ ସ୍କୁଲ ଶିକ୍ଷକ ଗର୍ଭବତୀ ଅଛନ୍ତି, ଯାହା ପାଇଁ ତାଙ୍କୁ ବିଭାଗରୁ ମାଟରନିଟି ଲିଭ୍ ମଧ୍ୟ ଦିଆଯାଇଛି ।

ବିହାରର ଜଣେ ପୁରୁଷ ସରକାରୀ ଶିକ୍ଷକ ‘ମାତୃତ୍ୱ ଛୁଟି’ ପାଇଁ ଆବେଦନ କରିଥିଲେ ଏବଂ ଏହା ଅନୁମୋଦନ ହେବା ପରେ ଏକ ସପ୍ତାହ ଛୁଟିରେ ରହିଛନ୍ତି । ଖବରଟି ପଢ଼ିଲାବେଳକୁ ଆପଣଙ୍କୁ ବିଶ୍ୱାସ ହେଉ ନ ଥିବ ନିଶ୍ଚୟ, କିନ୍ତୁ ଏହା ସତ । ସରକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସିଂ ଏବେ ମାଟରନିଟି ଲିଭରେ ରହିଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ପୋର୍ଟାଲରେ ହିଁ ଏହି ତଥ୍ୟ ଦିଆଯାଇଛି । ବିଭାଗର ୱେବସାଇଟ୍ ଉତ୍ତର ଅନୁସାରେ ଶିକ୍ଷକଜଣକ ଏବେ ଗର୍ଭବତୀ ଅଛନ୍ତି ଏବଂ ସେ ଛୁଟିରେ ରହିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଆପଣମାନେ ପୂର୍ବରୁ ଶୁଣୁଥିବେ ଯେ ମାଟରନିଟି ଲିଭ୍ କେବଳ ମହିଳା କର୍ମଚାରୀମାନଙ୍କ ପାଇଁ ହୋଇଥାଏ । ମୁଖ୍ୟତଃ ମହିଳାମାନେ ଗର୍ଭବତୀ ହେବା ପରେ ପ୍ରସବ ସମୟ ପାଖେଇ ଆସିଲେ ସେମାନଙ୍କୁ ଏହି ଛୁଟି ଦିଆଯାଏ । ତେବେ ବିହାରରେ ଶିକ୍ଷକଙ୍କୁ ମାଟରନିଟି ଲିଭ୍ ଦିଆଯିବା ନେଇ ପ୍ରଖଣ୍ଡ ଶିକ୍ଷା ଅଧିକାରୀ ଅର୍ଚ୍ଚନା କୁମାରୀ କହିଛନ୍ତି ଯେ, ପୋର୍ଟାଲରେ ତ୍ରୁଟି ହେବା କାରଣରୁ ଏ ପ୍ରକାର ବ୍ୟତୀକ୍ରମ ଦେଖାଯାଇଛି । ସେ ଏପରି ମଧ୍ୟ କହିଛନ୍ତି ଯେ ପୁରୁଷଙ୍କୁ ପ୍ରସବ ଜନିତ ଛୁଟି ଦେବା ଲାଗି କୌଣସି ନିୟମ ନାହିଁ । ଖୁବ୍ ଶୀଘ୍ର ପୋର୍ଟାଲରେ ସଂଶୋଧନ କରାଯିବ ବୋଲି ଅର୍ଚ୍ଚନା କହିଛନ୍ତି । ଏ ଖବର ଜିଲ୍ଲା ଶିକ୍ଷା ବିଭାଗ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଶିକ୍ଷକଙ୍କୁ ପ୍ରସବ ଜନୀତ ଛୁଟି ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ତେବେ ଏହି ଘଟଣା ଘଟିବ ପରେ ତାଙ୍କ ନଜରକୁ ଆସିଥିବା ଘଟଣାର ତଦନ୍ତ କରାଯିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି ।