ବିହାର ଶିବ ମନ୍ଦିରେ ଭଙ୍ଗାରୁଜା, ଅପରାଧୀଙ୍କୁ ଗିରଫ କରିବା ପାଇଁ ତାତିଲେ ଲୋକେ

ଭାଗଲପୁର : ବିହାରରେ ଥିବା ଭାଗଲପୁରର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଭାଗଲପୁରର ସନହୋଲାରେ ଥିବା ଶିବ ମନ୍ଦିରରେ ଅସାମାଜିକ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି । ମନ୍ଦିରରେ ରହିଥିବା ଭଗବାନଙ୍କ ର ୬ଟି ପ୍ରତିମା ଗୁଡ଼ିକୁ ଭଙ୍ଗାରୁଜା କରିଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ଉତ୍ୟକ୍ତ ଲୋକମାନେ ଥାନାକୁ ଯାଇଥିଲେ ସେଠାରେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।
ସେହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ଉକ୍ତ ଅଞ୍ଚଳରେ ବିପୁଳ ମାତ୍ରାରେ ପୋଲିସ ବାହିନୀ ମୁତୟନ କରିଛନ୍ତି । ଲୋକଙ୍କ କ୍ରୋଧ ନିୟନ୍ତ୍ରଣ ହେବାର ନା ହିଁ ଧରୁନାହାନ୍ତି। । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରୁଛନ୍ତି । ଏକ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ସନହୋଲା ଥାନା ପରିସରରେ ଥିବା ଶିବ ମନ୍ଦିରରେ ଭଗବାନ୍ ରାମ,ମାତା ସୀତା,ରାମ ଦରବାର,ରାଧା କ୍ରିଷ୍ଣା ଏଵଂ ମା ଦୁର୍ଗା ଙ୍କ ମୂର୍ତ୍ତି ଗୁଡ଼ିକୁ ଭଙ୍ଗା ରୁଜା କରା ଯାଇଛି
ଏହି ଘଟଣା ପୁରା ଅଞ୍ଚଳରେ ନିଆଁ ଭଳି ବ୍ଯାପିଗଲା । ଏହାପରେ ସ୍ଥାନୀୟ ଲୋକେ ବାଡି ଧରି ରାସ୍ତାକୁ ଆସିଗଲେ । ମନ୍ଦିର ଗୁଡ଼ିକରେ ମୂର୍ତ୍ତ ଗୁଡ଼ିକ ଭାଙ୍ଗିବାର ଦେଖି ଉତ୍ତ୍ୟକ୍ତ ଲୋକେ ସନହୋଲା ଠାରୁ ଝାଡଖଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରୋଡକୁ ଘେରି ଯାଇଥିଲେ । ସମସ୍ତେ ଥାନା ସମ୍ମୁଖରେ ଠିଆ ହୋଇ ନ୍ୟାୟ ପାଇଁ ନିବେଦନ କରିଥିଲେ । ଲୋକମାନେ କହିଛନ୍ତି କି କିଛି ଅସାମାଜିକ ବ୍ୟକ୍ତିମାନେ ଜାଣି ଶୁଣି ହିଦୁ ମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି ।
ତେଣୁ ଅତିଶିଘ୍ର ସେମାନଙ୍କୁ ଗିରଫ କରାଯାଉ । ଏହି ଖବର ଶୁଣିବା ପରେ ଆଖ ପାଖ ଅଞ୍ଚଳରେ ଥିବା ଲୋକମାନେ ଜମା ହୋଇଯାଇଥିଲେ । ଉତ୍ତ୍ୟକ୍ତ ଲୋକେ କହିଛନ୍ତି ଯେତେବେଳେ ପର୍ଯ୍ୟନ୍ତ ଅପରାଧୀ ଗିରଫ ନ ହୋଇଛି ସେତେବେଳେ ପର୍ଯ୍ୟନ୍ତ ଲୋକମାନେ ଧାରଣା ପ୍ରଦର୍ଶନ କରିବେ । ପୋଲିସ ଷ୍ଟେସନର ଆଗରେ ଏଭଳି ଭିଡ଼ ରହିଥିବା ହେତୁ ଏହି ଅଞ୍ଚଳ ରେ ସ୍ଵତନ୍ତ୍ର ପୋଲିସ ମୁତୟନ ହୋଇଛନ୍ତି ।
ପୋଲିସ କ୍ରୋଧିତ ଲୋକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛି କିନ୍ତୁ ଲୋକମାନେ ନିଜ ଜିଦ୍ଦିରେ ଅଟଳ ରହିଛନ୍ତି । ସନହୋଲା ପୋଲିସ କହିଲେ କି ମୂର୍ତ୍ତି ଭାଙ୍ଗିବା ବ୍ୟକ୍ତିକୁ ଗିରଫ କରା ଯାଇଛି । ଏହାପରେ ଲୋକଙ୍କ କ୍ରୋଧ କିଛି ସମୟ ପାଇଁ କମି ଯାଇଥିଲା । ପୋଲିସ ଶାନ୍ତି ସମିତି ସଦସ୍ୟଙ୍କ ସହ ଏକ ବୈଠକ୍ କରିଥିଲେ । ସେହି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଚାଲିଛି ।