ହନୁମାନଙ୍କ ଏମିତି ମନ୍ଦିର, ଯେଉଁଠି ପୂଜା କଲେ ଛାତ୍ର ଛାତ୍ରୀଙ୍କୁ ମିଳେ ସରକାରୀ ଚାକିରି
ପ୍ରାୟ ସବୁ ବାପା ମାଆଙ୍କ ଇଚ୍ଛା ଥାଏ ଯେ ତାଙ୍କ ପିଲା କେମିତି ଗୋଟେ ସରକାରୀ ଚାକିରି ପାଇଯାଉ । ଏମିକିତି ପ୍ରାୟ ସମସ୍ତେ ଚାହାନ୍ତି ସରକାରୀ ଚାକିରି କିନ୍ତୁ ଏହା ଏତେ ସହଜ ମଧ୍ୟ ନୁହେଁ । କାରଣ ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଅନେକ ସାକ୍ଷାତକାରର ସାମ୍ନା କରିବାକୁ ପଡିଥାଏ । ତେଣୁ ଅନେକ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେବା ସମୟରେ ଧର୍ଯ୍ୟର ସହିତ ପ୍ରସ୍ତୁତ ହୋଇଥାଆନ୍ତି କିନ୍ତୁ ସେହି ସମୟରେ ହିଁ ଅନେକ ସରକାରୀ ଚାକିରି ଉପରୁ ଆଶା ଛାଡି ଦିଅନ୍ତି । ତେବେ ଗୋଟେ ସରକାରୀ ଚାକିରି ପାଇବା ପାଇଁ ଅନେକ ଭଗବାନଙ୍କ ପାଖରେ ଓଷା ବ୍ରତ ମଧ୍ୟ କରନ୍ତି । ଖାସକରି ଅନେକ ହନୁମାନଙ୍କ ଉପାସନା କରୁଥିବା କଥା ମଧ୍ୟ ଆପଣ ଜାଣିଥିବେ ।

ତେବେ ଆପଣଙ୍କୁ ଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗିବ ଆମ ଭାରତରେ ହିଁ ଏମିତି ଏକ ମନ୍ଦିର ଅଛି ଯେଉଁଠି କେବଳ ହନୁମାନଙ୍କ ଉପାସନା କରିବା ଦ୍ୱାରା ଓ ତାଙ୍କ ସରଣ ନେବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ମିଳୁଛି ସରକାରୀ ଚାକିରି । ଆପଣ ଜାଣିଥିବେ ସାଧାରଣଭାବେ ଶ୍ରଦ୍ଧାଳୁମାନେ ଧାର୍ମିକ ସ୍ଥଳକୁ ଯାଇଥାଆନ୍ତି ନିଜ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ପାଇଁ । କିନ୍ତୁ ବିହାରରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଲୋକ ଯାଆନ୍ତି ଶିକ୍ଷା ଗ୍ରହଣ କରିବା ପାଇଁ ପୁଣି ସରକାରୀ ଚାକିରି ମଧ୍ୟ ପାଇଥାଆନ୍ତି ।
ବିହାରରେ ଥିବା ରୋହତାସ ଜିଲ୍ଲା ମୁଖ୍ୟାଳୟ ସାସାରାମରେ ଏମିତି ହନୁମାନଙ୍କର ଏକ ମନ୍ଦିର ରହିଛି ଯେଉଁଠି ସରକାରୀ ଚାକିରି ପାଇଁ ଇଛୁକ ଥିବା ଲୋକ ଆସିଥାଆନ୍ତି ନିଜର ଶିକ୍ଷା ଗ୍ରହଣ କରିବା ପାଇଁ । ଏଠାକୁ ଆଖ ପାଖ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଆସିଥାଆନ୍ତି । ରେଳବାଇ, ବ୍ୟାଙ୍କିଙ୍ଗ୍, ଷ୍ଟାଫ ସିଲେକ୍ସନ କମିସନ ଏବଂ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ସମସ୍ତ ଛାତ୍ରମାନେ ମନ୍ଦିରରେ ଥିବା କୋଚିଂ ସେଣ୍ଟରକୁ ଆସିଥାଆନ୍ତି ନିଜ ପରୀକ୍ଷା ପ୍ରସ୍ତୁତି ପାଇଁ । ତେବେ ଏଠାକୁ ଆସିଥିବା ଛାତ୍ରମାନଙ୍କର ଆର୍ଥିକ ଦୁର୍ବଳ ରହିଥାଏ ତେଣୁ ଏଠାରେ ଏତେ କିଛି ଖର୍ଚ୍ଚ କରିବାକୁ ପଡି ନଥାଏ । ଏହି ମନ୍ଦିରରେ ଥିବା କୋଚିଂ ସେଣ୍ଟରର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଠାରେ କୌଣସି ଶିକ୍ଷକ ନାହାଁନ୍ତି, ଏହି ମନ୍ଦିରରେ ସମସ୍ତ ଛାତ୍ର ଛାତ୍ରମାନେ ନିୟମିତ କ୍ଲାସ୍ କରିବା ସହିତ, କୁଇଜ୍ ଏବଂ ମକ୍ ଟେଷ୍ଟରେ ଅଂଶଗ୍ରହଣ କରିଥାଆନ୍ତି । କିନ୍ତୁ ପ୍ରଥମେ ହନୁମାନଙ୍କୁ ସ୍ମରଣ କରି ଓ ପୂଜାଅର୍ଚ୍ଚନା କରି ଏଠାରେ ଛାତ୍ରଛାତ୍ରୀମାନେ ପାଠ ପଢିବା ଆରମ୍ଭ କରନ୍ତି ।

କୁହାଯାଏ ଯେ ଏହି ମନ୍ଦିରରେ ପାଠାଶାଳା ପ୍ରାୟ ୧୬ ବର୍ଷ ପୂର୍ବେ ୨୦୦୬ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ଆର୍ଥିକ ଦୁର୍ବଳ ଥିବା ପରିବାରରୁ ଛୋଟେଲାଲ ସିଂ ଏବଂ ରାଜେଶ ପାସୱାନ ନାମକ ଦୁଇଜଣ ଛାତ୍ର ନିଜର ସରକାରୀ ଚାକିରି ପାଠପଢା ପାଇଁ ସାସରାମରେ ପହଞ୍ଚିଥିଲେ। ଏହି ଦୁଇ ଯୁବକ ଏଠାରେ କୋଚିଂ ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ଆର୍ଥିକ ପ୍ରତିବନ୍ଧକ ହେତୁ ସେମାନେ ସାସରାମରେ ଥିବା ମହଙ୍ଗା କୋଚିଂ ପ୍ରତିଷ୍ଠାନରେ ନାମ ଲେଖାଇ ପାରିନଥିଲେ।
ଛୋଟେଲାଲ ସିଂ କହିଛନ୍ତି ଯେ ଏହା ପରେ ସେମାନେ ଦୁହେଁ ସରକାରୀ ଚାକିରି ପାଇବା ଆଶାରେ ପରୀକ୍ଷାର ପ୍ରସ୍ତୁତ ହେବା ପାଇଁ ସାସରାମର ଥିବା ମହାବୀର ମନ୍ଦିରରେ ପହଞ୍ଚିଥିଲେ ଓ ସେଠାରେ ହିଁ ରାତି ଦିନ ପାଠ ପଢିବା ଆରମ୍ଭ କରିଥିଲେ । ସେ ଏବେ ରେଳବାଇରେ ଚାକିରି କରୁଛନ୍ତି । ଛୋଟେଲାଲ କହିଛନ୍ତି ଯେ ସେମାନେ ପାଠପଢିଥିବା ସମୟରେ ସେଠାରେ ଅନେକ ଛାଚ୍ରଛାତ୍ରୀ ତାଙ୍କ ସହିତ ଯୋଗାଯୋଗ କରିଥିଲେ ଓ ନିଜର ଅଧ୍ୟୟନ ଆରମ୍ଭ କରିଥିଲେ । ସେବେଠୁ ହିଁ ଏଠାରେ ଅଧିକ ଛାତ୍ର ବଢିବାକୁ ଲାଗିଲେ। ବର୍ତ୍ତମାନ ଏଠାରେ ପ୍ରାୟ ୭୦୦ ଛାତ୍ରଛାତ୍ରୀ ଅଛନ୍ତି ଓ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଛୋଟେଲାଲଙ୍କ ସହିତ ଆସିଥିବା ତାଙ୍କ ସାଙ୍ଗ ରାଜେସ ପାସୱାନ ବର୍ତ୍ତମାନ କଲିକତାରେ ସେ ମଧ୍ୟ ଲେଳବାଇରେ ଚାକିରି କରୁଛନ୍ତି ।

ଏହି ମନ୍ଦିରରେ ପାଠ ପଢି ପ୍ରଥମେ ଚାକିରି ପାଇଥିବା ଛୋଟେଲାଲ ସିଂ ଓ ରାଜେସ ପାସୱାନ କହିଛନ୍ତି ଯେ ଏଠାରେ ଥିବା ୬୦୦ ରୁ ୭୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ସରକାରୀ ଚାକିରି ପାଇସାରିଛନ୍ତି । ପୁଣି ସେହିମାନେ ହିଁ ଏଠାରେ ପାଠ ପଢାଉଛନ୍ତି । ଏହା ସହିତ ଯାହାବି ଅର୍ଥ ରାଶି ଦରକାର ହେଉଛି ତାହା ସାମାନେ ଦେଉଛନ୍ତି । ତେବେ ଛୋଟେଲାଲ ସିଂ ମଧ୍ୟ ଏହି ମନ୍ଦିରରେ ପିଲାଙ୍କୁ ଶିକ୍ଷାଦାନ ଦେବା ପାଇଁ ତାଙ୍କର ପାଇଲଟ ଚାକିରି ଛାଡି ରେଳବାଇରେ କାମ କରୁଛନ୍ତି ।ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ସଫଳ ହେଉଛନ୍ତି ସେମାନେ ଏହିଠାରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ଏମିତିକି ଏଠାରେ ଏକ୍ଜାମ କ୍ରକ କରିବା ପାଇଁ ସମସ୍ତ ଉପାୟ ଆପଣା ଯାଉଛି । ଗ୍ରୁପ ଡିସକସନ, ଇଣ୍ଟଭ୍ୟୁ କଣ୍ଡକ୍ଟ, ମକ୍ ଟେଷ୍ଟ ମଧ୍ୟ କରାଯାଏ । ଏଠାରେ ଖୁବ କମ ଟଙ୍କାରେ ପିଲାମାନେ ପାଠ ପଢନ୍ତି ।
ଭୁବନେଶ୍ୱରରୁ ଇଂଜିନିୟରି କରି ବିହାର ଲୋକ ସେବା ଆୟୋଗରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଅଭିନାସ କୁମାର ସିଂ ମଧ୍ୟ କହିଛନ୍ତି ଯେ ଏହି ସ୍ଥାନ ଜ୍ଞାନ ଆହାରଣ କରିବାର ଏକ ଭଲ ମଞ୍ଚ । ଏଠାରେ ପରୀକ୍ଷା ପାଇଁ ଭଲ ଭାବେ ଗ୍ରୁପ ଡିସକସନ କରାଯାଉଛି । ଏଠାରେ ଛାତ୍ରଛାତ୍ରୀମାନେ ହନୁମାନଙ୍କୁ ପୂଜା କରି ନିଜର ପାଠ ପଢା ଆରମ୍ଭ କରିଥାଆନ୍ତି । ଏଠାରେ ପ୍ରତିଦିନ ସକାଳ ୬ ରୁ କ୍ଲାସ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହୋଇଥାଏ ଓ ମଝିରେ କିଛି ସମୟ ପାଇଁ ରିସେସ ହୋଇଥାଏ । ଏଠାରେ ବିନା ଟଙ୍କାରେ ଛାତ୍ରଛାତ୍ରୀମାନେ ଲିଖିତ ଓ ମୌଖିକ ପରୀକ୍ଷାରେ ଭାଗ ନିଅନ୍ତି ।
କରେଣ୍ଟ ଆଫେୟାର ପ୍ରଶ୍ନ ବ୍ୟତୀତ, ଗଣିତ, ରାଜନୀତି ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକକୁ ଭଲ ଭାବେ ପଢାଯାଏ ।ଏହି ହନୁମାନଙ୍କ ମନ୍ଦିରରେ ପାଠ ପଢି ଚାକିରି ପାଇଥିବା ରାଜକମଲ କହିଛନ୍ତି ଯେ ରାତିରେ ବିଦ୍ୟୁତ କଟିଯିବା ହେତୁ ଅସୁବିଧା ହେଉଥିଲା କିନ୍ତୁ ଏଠାରେ ଥିବା ଜଣେ ପଡୋଶୀ ତାଙ୍କ ଘରୁ ଏକ ଇନଭର୍ଟରର ସୁବିଧା ଦେଇଛନ୍ତି, ତେଣୁ ବିଦ୍ୟୁତ୍ ସମସ୍ୟା ଦୂର ହୋଇଯାଇଛି ଓ ପିଲାମାନେ ଭଲ ଭାବେ ପାଠ ପଢୁଛନ୍ତି । |