ଅଦ୍ଭୁତ ଶିଶୁ ଜନ୍ମ, ଚାରିଟି ଗୋଡ଼ ଓ ଚାରିଟି ହାତ ଥିବା ପିଲାକୁ ଜନ୍ମ ଦେଲେ ମହିଳା

ସାଧାରଣ ମଣିଷ ଛୁଆଟି ଜନ୍ମ ନେଲେ ତାର ଦୁଇଟି ହାତ ଓ ଦୁଇଟି ଗୋଡ଼ ଥାଏ । କିନ୍ତୁ ଆପଣ କେବେ ଚାରିଟି ହାତ ଓ ଚାରିଟି ଗୋଡ଼ ଥିବା ଶିଶୁ ବିଷୟରେ ଶୁଣିଛନ୍ତି କି ? ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଉଛନ୍ତି ଯାହାର ଚାରିଟି ହାତ ଓ ଚାରିଟି ଗୋଡ଼ ରହିଛି। ଏପରି ଘଟଣା ଦେଖିବାକୁ ମିଳିଛି ବିହାରର କାଟିହାର ସଦର ହସପିଟାଲରେ। ଏପରି ଶିଶୁ ଜନ୍ମ ନେବା ପରେ ଡାକ୍ତର କହିଛନ୍ତି ଯେ ମା’ର ଗର୍ଭରେ ଯାଆଁଳା ଶିଶୁ ଥିଲେ, ହେଲେ ପେଟରେ ପିଲା ଥିବା ସମୟରେ ଠିକ୍ ଭାବେ ଯତ୍ନ ନ ନେବାରୁ ହିଁ ଏମିତି ହୋଇଛି। ତେବେ ଡାକ୍ତର କହିଛନ୍ତି ମାଆ ଓ ଶିଶୁ ଦୁଇଜଣ ସୁସ୍ଥ ଅଛନ୍ତି।
ମହିଳା ଜଣଙ୍କ ତାଙ୍କ ପରିବାର ସହିତ ବିହାରର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ରୁହନ୍ତି । ଏପରି ପିଲା ଜନ୍ମ ହେବା ପରେ ତାକୁ ଦେଖିବା ପାଇଁ ମାଆ ଓ ଶିଶୁର ଚାରିପାଖରେ ଲୋକ ଘେରିକି ଅଛନ୍ତି । ପିଲାଟିର ଫଟୋ ଉଠାଇବା ସହିତ ଭିଡ଼ିଓ ମଧ୍ୟ କରୁଛନ୍ତି। ପିଲାଟି ମଧ୍ୟ ଭଲ ଭାବେ ଖେଳୁଛି। ତେବେ ହସ୍ପିଟାଲରେ ମହିଳାଙ୍କ ସ୍ବାମୀ ଆସି ପହଞ୍ଚିବା ପରେ ପିଲାଟିକୁ ଦେଖି ଆଚମ୍ବିତ ହୋଇଯାଇଥିଲେ।
ପୁଣି ଏପରି ଶିଶୁକୁ ଜନ୍ମ ଦେଇଥିବା ମହିଳାଙ୍କ ପରିବାର ଓ ବନ୍ଧୁବାନ୍ଧବ ଡାକ୍ତରଙ୍କୁ ଦୋଷୀ କରିଛନ୍ତି। କାରଣ ଯେତେବେଳେ ମହିଳାଙ୍କ ଗର୍ଭରେ ପିଲା ଥିଲା ଅଲଟ୍ରାସାଉଣ୍ଡ କରିବା ସମୟରେ ଏପରି କିଛି କହିନଥିଲେ ଡାକ୍ତର।
ସେ ସମୟର ସବୁ ଠିକ୍ ଥିଲା କିନ୍ତୁ ଏପରି ପିଲା ଜନ୍ମ ହେଲା କିପରି ବୋଲି ପରିବାର ପ୍ରଶ୍ନ ଉଠାଇଛନ୍ତି। ତେବେ ଡାକ୍ତର କହିଛନ୍ତି ଯେ ଏପରି ଘଟଣା କ୍ଵଚିତ ହୋଇଥାଏ । ପୁଣି ମା’ର ଗର୍ଭରେ ପିଲା ଥିବା ସମୟରେ ତାର ଠିକ୍ ଭାବେ ଯତ୍ନ ନିଆ ହୋଇନଥିବାରୁ ଏପରି ଚାରୋଟି ହାତ ଗୋଡ଼ ଥିବା ଶିଶୁ ଜନ୍ମ ହୋଇଛି । ତେଣୁ ପିଲା ମା’ର ଗର୍ଭରେ ଥିବା ସମୟରେ ମା’ର ଭଲ ଭାବେ ଯତ୍ନ ନେବା ଉଚିତ୍ ବୋଲି ଡାକ୍ତର କହିଛନ୍ତି।