ଦିନ ମଜୁରିଆଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ଶୁଣି ରିପୋର୍ଟର ଚୁପ୍, ଭିଡିଓ ଭାଇରାଲ୍

ଯଦି ଜଣେ ଦିନ ମଜୁରିଆଙ୍କ ବିଷୟରେ ଚର୍ଚ୍ଚା ହୁଏ ତେବେ ଆପଣଙ୍କ ମନରେ ଆପେ ଆପେ ଗୋଟିଏ ଚେହେରା ଚାଲିଆସେ । ଯିଏ ଭଲ ପୋଷାକ ଖଣ୍ଡେ ପିନ୍ଧି ନଥିବ ଏବଂ ଭଲ ଭାବରେ କଥା ପଦୁଟିଏ କହିପାରୁନଥିବ । କିନ୍ତୁ ଆଜି ଆମେ ଏମିତି ଜଣେ ଦିନ ମଜୁରିଆଙ୍କ ବିଷୟରେ କହିବୁ ଯିଏ ନିଜ ଇଂରାଜୀ ଭାଷାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏପରିକି ତାଙ୍କୁ ପଶ୍ନ ପଚାରୁଥିବା ରିପୋର୍ଟରଙ୍କ ମୁହଁ ମଧ୍ୟ କରିଦେଇଛନ୍ତି ବନ୍ଦ । ଘଟଣାଟି ଦେଖିବାକୁ ମିଳିଛି ବିହାରରେ । ଯାହାର ଭିଡିଓ ଏବେ ଘୁରି ବୁଲୁଛି ସୋସିଆଲ୍ ମିଡିଆରେ ।

ଘଟଣା ଥିଲା କିଛି ଏପରି । ମତଦାତାଙ୍କ ମୁଡ୍ ମାପିବା ପାଇଁ ୟୁପିର ଅନେକ ଅଂଚଳରେ ପହଂଚିଥିଲେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର । ରିପୋର୍ଟର ଜଣକ ଜନତାଙ୍କ ସହ କଥା ହେଉଥିବା ସମୟରେ ଭିଡରେ ଜଣେ ବିହାରୀ ଶ୍ରମିକ ଛିଡା ହୋଇଥିଲେ । ହଠାତ୍ ରିପୋର୍ଟର ଜଣକ ଏକ ପ୍ରଶ୍ନ କରି ସେହି ଶ୍ରମିକଙ୍କୁ ମାଇକ୍ ଧରାଇଥିଲେ । ହେଲେ ସେହି ଦିନ ମଜୁରିଆଙ୍କ ମୁହଁରୁ ଯେଉଁ ଉତ୍ତର ଆସିଥିଲା ତାହା ଥିଲା ଇଂରାଜୀରେ ।

ଇଂରାଜୀରେ ଶ୍ରମିକ ଜଣକ କହିଥିଲେ , ମୋତେ କାମ ଦରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁହନ୍ତୁ ଲୋକଙ୍କୁ କାମ ଦେବାରେ ସାହାଯ୍ୟ କରିବେ । ଆମ ମାନଙ୍କୁ ପ୍ରତିଦିନ କାମ ମିଳେନି । ଏମିତିରେ ଭୋକିଲା ପେଟରେ ଶୋଇବାକୁ ପଡୁଛି । ରୋଜଗାର ପାଇଁ କୌଣସି ଉପାୟ କରୁନାହିଁ ମୋଦି ସରକାର ।

ରିପୋର୍ଟର ଶିକ୍ଷାଗତ ଯୋଗ୍ୟତା ପ୍ରଶ୍ନରେ ଶ୍ରମିକ ଜଣକ ଗ୍ରାଜୁଏସନ୍ କରିଥିବା କଥା କହିଥିଲେ । ହେଲେ ଏହା ପରେ ଚାକିରିରେ ଧ୍ୟାନ ଦେଇନଥିଲେ । ତେବେ ଶ୍ରମିକ ଜଣକ ମୋଦିଙ୍କର ପ୍ରଶଂସା ତ କରିଥିଲେ କିନ୍ତୁ ଅଧିକ ପ୍ରଶଂସା ଇନ୍ଦିରା ଗାନ୍ଧୀଙ୍କର କରିଥିଲେ । ଆଉ ଏସବୁ କିଛି ଦିନ ମଜୁରିଆ ଜଣକ ଇଂରାଜୀରେ କହିଥିଲେ । ଯାହାକୁ ଶୁଣି ଉପସ୍ଥିତ ଲୋକ ତାଳି ମାରି ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.