ରାଜସ୍ଥାନ ବିକାନେରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୯ ମୃତ

ରାଜସ୍ଥାନର ବିକାନେର ଜିଲ୍ଲାରେ ମଦନ ମାର୍କେଟରେ ଏକ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିରେ ଚାରି ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଏସପି ବିଶାଲ କହଛନ୍ତି ଯେ, ଏହି ଘଟଣା ଏକ ଦୋକାନରେ ଘଟିଛି, ଯେଉଁଠାରେ ସୁନା-ରୂପା ସହ ଜଡ଼ିତ କାମ ହେଉଥିଲା । ଏପର୍ଯ୍ୟନ୍ତ ୯ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି।
ଘଟଣା ପରେ ସ୍ବର୍ଣ୍ଣକାର ସମାଜ ଲୋକ ଧାରଣାରେ ବସିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବିଲିଡିଂ ବିଷୟରେ ୮ ମାସ ପୂର୍ବରୁ ଜଣାଇଥିଲେ । ହେଲେ ସେମାନେ କିଛି କରିନଥିବାରୁ ଏଭଳି ଅଘଟଣ ଘଟିଛି ।
ବିସ୍ଫୋରଣ ନେଇ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲତ ଦୁଃଖ ପ୍ରକାଶ କରିଛନ୍ତି ।
बीकानेर में गैस सिलेंडर फटने से 9 लोगों की दुखद मौत की खबर सुनकर गहरा दुख हुआ। मृतकों के परिवारों के प्रति मेरी गहरी संवेदनाएं। इस कठिन समय में ईश्वर उन्हें यह असहनीय दुख सहने की शक्ति प्रदान करें। घायलों के शीघ्र स्वस्थ होने की कामना करता हूँ।
— Ashok Gehlot (@ashokgehlot51) May 8, 2025
Also Read : ଉତ୍ତରାଖଣ୍ଡ: ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ